ଏବେ ବିକ୍କିଙ୍କ ପ୍ରେମରେ ପଡ଼ିଲେଣି କଟ୍ରିନା !

ମୁମ୍ବାଇ: ପ୍ରଥମେ ଭାଇଜାନ୍‌ ସଲମାନ୍‌ ଖାନ୍‌ ଏବଂ ପରେ ରଣବିର କପୁରଙ୍କ ସହ ଦୀର୍ଘଦିନ ଧରି ସମ୍ପର୍କରେ ରହିଥିବା କଟ୍ରିନା କୈଫ୍‌ ଏବେ ପୁଣି ଜଣେ ଅଭିନେତାଙ୍କ ପ୍ରେମରେ। ସେ ହେଉଛନ୍ତି ଉରି ଷ୍ଟାର ବିକ୍କି କୌଶଲ। କିଛିଦିନ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା। ମାତ୍ର କଥାଟି ସେତେ ସ୍ପଷ୍ଟ ହେଉ ନ ଥିଲା। ନିକଟରେ ଦୀପାବଳି ଉପଲକ୍ଷେ ଜଣେ ବନ୍ଧୁଙ୍କ ପାର୍ଟିରେ ଉଭୟଙ୍କୁ ଏକାଠି ଦେଖାଯାଇଛି। ପାର୍ଟି ସରିବା ପରେ ଉଭୟ ସାଙ୍ଗ ହୋଇ ବାହାରକୁ ଆସିଥିଲେ ହେଁ ଖବରଦାତାମାନଙ୍କୁ ଦେଖି ହଡବଡାଇ ଯାଇଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବିକ୍କି-କଟ୍ରିନା ଏବେ ଉଭୟଙ୍କ ନିକଟତର ହେଉଥିବା କୁହାଯାଉଥିବା ବେଳେ ଏହାକୁ ସେମାନେ ମିଛ ବୋଲି ଅବିହିତ କରୁଛନ୍ତି। ଉଭୟ ସିଙ୍ଗଲ୍‌ ଏବଂ କେହି କାହାକୁ ଡେଟ୍‌ କରୁ ନ ଥିବା ସଫେଇ ଦେଉଛନ୍ତି। ହେଲେ ନିଆଁ ନ ଥିଲେ ଧୁଆଁ ଉଠେନା ବୋଲି କୁହାଯାଏ। ଏଣୁ ଉଭୟଙ୍କ ମଧ୍ୟରେ କିଛି ଚାଲିବା ଘଟଣା ଏକଦମ୍‌ ଠିକ୍‌ ବୋଲି ଆଲୋଚନା ହେଉଛି।

Share