ଏବେ ଟ୍ରେନ୍‌ରେ ଫେରିବେ ପ୍ରବାସୀ ଶ୍ରମିକ, ଶିକ୍ଷାର୍ଥୀ

ନୂଆଦିଲ୍ଲୀ,୧।୫: କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାରି ଭିତରେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ଏବେ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। କେନ୍ଦ୍ର ସରକାର ଶୁକ୍ରବାର ଏନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରେଳ ମନ୍ତ୍ରୀ ପିୟୁଷ ଗୋଏଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଏ ସମ୍ପର୍କରେ ରେଳ ମନ୍ତ୍ରଣାଳୟ ତା’ର ସମସ୍ତ ଜୋନ୍‌କୁ ନିର୍ଦ୍ଦେଶ ଦେବା ସହ ସମ୍ବନ୍ଧିତ ରାଜ୍ୟ ଗୁଡିକ ସହ କଥା ହେବ। ଏଥିପାଇଁ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯିବା ସହ ସେ ହିଁ ପ୍ରବାସୀଙ୍କ ଯିବା ଆସିବାକୁ ନେଇ ରାଜ୍ୟ ସରକାରଙ୍କ ସହ କଥା ହେବେ। ଶୁକ୍ରବାରଠାରୁ ଏହି ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବ ବୋଲି ସୂଚନା ମିଳିଛି।

Share