ଆଫଗାନିସ୍ତନରୁ ଲୁଚି ପାକିସ୍ତାନ ପଳାଇ ଆସିଲେ ୩୧ ମହିଳା ଫୁଟବଲ ଖେଳାଳି

ଇସ୍‌ଲାମାବାଦ,୧୬ ।୯: ଆଫଗାନିସ୍ତାନରେ ବେଳକୁ ବେଳ ତାଲିବାନର କ୍ରୁରତା ବଢିବାରେ ଲାଗିଛି । ଏହାରି ଭିତରେ ୩୨ ଜଣ ମହିଳା ଫୁଟବଲ ଖେଳାଳି ତାଲିବାନଠାରୁ ଲୁଚି ପାକିସ୍ତାନ ପହଞ୍ଚିଥିବା କୁହାଯାଉଛି । ଏମାନେ ସମସ୍ତେ ନ୍ୟାଶନାଲ ଜୁନିୟର୍ସ ଗର୍ଲସ ଟିମ୍‌ର ସଦସ୍ୟ ହୋଇଥିବା ବେଳେ ସମସ୍ତେ କତର ଯିବାର ଥିଲା । ଯେଉଁଠାରେ ୨୦୨୨ରେ ଫିଫା ବିଶ୍ୱକପର ଆୟୋଜନ ହେବାକୁ ଯାଉଛି । ୨୬ ଅଗଷ୍ଟରେ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ହେବା ପରେ ଏମାନେ ସମସ୍ତେ ସେଠାରେ ଫସି ଯାଇଥିଲେ । ଏହି ବିସ୍ଫୋରଣରେ ୧୩ ଆମେରିକା ସେନାଙ୍କ ସହ ୧୭୦ ଆଫଗାନ ନାଗରିକଙ୍କ ଜୀବନ ଯାଇଛି । ଏମାନେ ଖେଳାଳି ହୋଇଥିବାରୁ ତାଲିବାନ ଏମାନଙ୍କୁ ବରମ୍ବାର ଧମକାଇ ଆସୁଥିଲା । କାରଣ ତାଲିବାନ ନଜରରେ ମହିଳାମାନେ କେବଳ ଘରେ ରହିବେ ଓ ସନ୍ତାନ ପ୍ରସବ କରିବେ । ଏମାନଙ୍କୁ ବାହାରକୁ ଯିବାକୁ ମନା । ତେଣୁ ଏବେ ଏହି ଖେଳାଳିମାନେ ପରିବାର ସହ ତାଲିବାନ ନଜରରୁ ଲୁଚି ପାକିସ୍ତାନ ପଳାଇ ଆସିଥିବା ଜଣାପଡିଛି ।

Share