Categories: ଜାତୀୟ

ଏବେ ଆମେ ପାଦରେ ଚାଲୁଛେ କମ୍‌, ଷ୍ଟେପ୍‌ ଗଣୁଛେ ଅଧିକ: ମୋଦି

ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏବେ ପରିବର୍ତ୍ତିତ ଜୀବନ ଶୈଳୀରେ ବହୁ ଲୋକଙ୍କର ଶାରୀରିକ ଶ୍ରମ କମିବାରେ ଲାଗିଛି। ଫଳରେ ଏବେ ଆମେ ପାଦରେ କମ୍‌ ଚାଲିବା ସହିତ ଅଧିକ ଷ୍ଟେପ୍‌ ଗଣିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ସୁସ୍ଥ ରହିବା ପାଇଁ ପ୍ରତି ବ୍ୟକ୍ତିଙ୍କୁ ଦିନରେ ୮ରୁ ୧୦ କିଲୋମିଟର ଚାଲିବାର ଆବଶ୍ୟକତା ରହିଛି। ତେବେ ଆଧୁନିକ ଜୀବନ ଶୈଳୀରେ ଏହା ସମ୍ଭବ ହୋଇପାରୁ ନାହିଁ ବୋଲି ମୋଦି କହିଛନ୍ତି।

Share