ଏବେ ଆଉ ବଡ଼ ଭୂମିକାରେ ଅଭିନୟ କରିବାକୁ ଚାହୁଁ ନାହାଁନ୍ତି ମନିଷା

ମୁମ୍ବାଇ: ବଲିଉଡ୍‌ ନାୟିକା ମନିଷା କୋଇରାଲା ବେଶ୍‌ କିଛି ସମୟ ବ୍ୟବଧାନରେ ପୁଣି ଥରେ ବଡ ପରଦାରେ ନଜର ଆସିବେ ବୋଲି ଜଣାପଡିଛି। ହେଲେ ଦିନେ ବଲିଉଡ୍‌ର ଆଗ ଧାଡିର ନାୟିକା ଥିବା ମନିଷା ଏବେ ଆଉ ବଡ ଭୂମିକାରେ ଅଭିନୟ କରିବାକୁ ଚାହୁଁ ନ ଥିବା ନିକଟରେ ପ୍ରକାଶ କରିଛନ୍ତି। ସେ ଏବେ ଛୋଟ ଭୂମିକା ତାହା ପୁଣି ଭଲ ହୋଇଥିଲେ ଅଭିନୟ କରିବାକୁ କହିଛନ୍ତି। ସଞ୍ଜୟ ଦତ୍ତଙ୍କ ସହ ସେ ଫିଲ୍ମ ‘ପ୍ରସ୍ଥାନମ’ରେ ଜଣେ ଜମିଦାରଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ଏହା ଆସନ୍ତା ୨୦ ତାରିଖରେ ରିଲିଜ୍‌ ହେବ ବୋଲି ଯୋଜନା ରହିଛି। ତେବେ ସେ ଆଉ ୨୦ ବର୍ଷୀୟା ନାୟିକା ହୋଇ ନ ଥିବାରୁ ଏବେ ସେ ଛୋଟ ଛୋଟ ଭୂମିକାକୁ ପସନ୍ଦ କରୁଥିବା କହିଛନ୍ତି।

Share