Categories: ଫୁରସତ

ଏବେ ଅନ୍ତିମ ସଂସ୍କାର ସାମଗ୍ରୀ ପାଇଁ ବୁକିଂ ଅନ୍‌ଲାଇନ୍‌ରେ …

ଦେଶରେ ଡିଜିଟାଲ କାରବାର ବୃଦ୍ଧି ହେବା ସହିତ ଏବେ ସବୁ କାର୍ଯ୍ୟ ଅନ୍‌ଲାଇନ୍‌ରେ ହେବାରେ ଲାଗିଛି। ସମ୍ପ୍ରତି ଇ-ସଂସ୍କାର ନାମକ ଏକ ଓ୍ବେବ୍‌ସାଇଟ୍‌ ଖୋଲା ଯାଇଛି। ଏଥିରେ ଅନ୍ତିମ ସଂସ୍କାର ସାମଗ୍ରୀ ପାଇଁ ବୁକିଂ କରିହେବ। ବୁକିଂ ପରେ ଏହି ଓ୍ବେବ୍‌ସାଇଟ୍‌ର ନୋଡାଲ ଏଜେନ୍ସି ଦ୍ୱାରା ଗ୍ରାହକଙ୍କ ଠିକଣାରେ ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଏବଂ ଲୋକ ୨-୩ ଘଣ୍ଟା ମଧ୍ୟରେ ପହଞ୍ଚିଯିବେ। ସଂସ୍ଥା ପକ୍ଷରୁ ଏହି ଲୋକମାନେ ପାର୍ଥତ୍ବ ଶରୀର ବୋହି ନେବା କାର୍ଯ୍ୟ କରିବେ। ଫଳରେ ଅନ୍ତିମ ସଂସ୍କାରରେ କୌଣସି ବନ୍ଧୁବାନ୍ଧବଙ୍କ ଉପସ୍ଥିତିର ଏଣିକି ଆଉ ଆବଶ୍ୟକତା ରହିବ ନାହିଁ। ସଂସ୍ଥା ପକ୍ଷରୁ ଅନ୍ତିମ ସଂସ୍କାର ପୂଜା ପାଇଁ ବ୍ରାହ୍ମଣ ମଧ୍ୟ ଯୋଗାଇ ଦିଆଯିବ।

Share