Categories: ବାଣିଜ୍ୟ

ଏଫ୍‌ବିବିର ଏଭ୍ରି ଫ୍ରାଇଡେ ଇଜ୍‌ ଏ ଟ୍ରାଏ ଡେ;ଫ୍ୟାଶନ କ୍ରୟରେ ଦେଉଛି ରିହାତି

ଭୁବନେଶ୍ୱର,୭-୬: ଫ୍ୟୁଚର ଗ୍ରୁପର ଲୋକପ୍ରିୟ ଫ୍ୟାଶନ ଡେଷ୍ଟିନେଶନ ଏଫ୍‌ବିବି ପକ୍ଷରୁ ‘ଏଭ୍ରି ଫ୍ରାଇଡେ ଇଜ୍‌ ଏ ଟ୍ରାଏ ଡେ’ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ସପ୍ତାହ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏଫ୍‌ବିବିରେ ଏହାକୁ ଫ୍ୟାଶନ ସପିଂ ଡେ ଭାବେ ପାଳନ କରାଯିବ। ଏଥିରେ ସଦ୍ୟତମ କଲେକ୍ସନଗୁଡିକୁ ପ୍ରମୋଶନ କରାଯିବା ସହ ବିଭିନ୍ନ ପ୍ରଡକ୍ଟ ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରାଯିବ। ଫ୍ୟାଶନ ପ୍ରେମୀମାନେ ସେମାନଙ୍କ ଟିକଟସ୍ଥ ଏଫ୍‌ବିିବି ଷ୍ଟୋରକୁ ଯାଇ ପ୍ରତି ଶୁକ୍ରବାର ପୁରୁଷ ଏବଂ ମହିଳାଙ୍କ ଡ୍ରେସ ଉପରେ ରିହାତି ପାଇ ପାରିବେ। ବିଭିନ୍ନ ବ୍ରାଣ୍ଡର ମହିଳାଙ୍କ ଡେନିମ ଏବଂ ଜେଗିଙ୍ଗ ଉପରେ ସ୍ବତନ୍ତ୍ର ରିହାତି ପ୍ରଦାନ କରାଯାଉଛି। ଗ୍ରାହକଙ୍କ ଲାଗି ନୂଆ ଫ୍ୟାଶନ ଟ୍ରେଣ୍ଡ ଆଣିବା ଦିଗରେ ବିଗ୍‌ ବଜାର ସବୁ ବେଳେ ଉଦ୍ୟମ ଜାରି ରଖିଥିବା ଏହାର ସିଓଓ ରାଜେଶ ସେଠ ସୂଚନା ଦେଇଛନ୍ତି।

Share