ଏଫ୍‌ଡିଆଇ ନୀତି କୋହଳ, ଆଖୁ ଚାଷୀଙ୍କୁ ସହାୟତା

ନୂଆଦିଲ୍ଲୀ,୨୯-୮: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବୁଧବାର ଏଫ୍‌ଡିଆଇ ନୀତିକୁ କୋହଳ କରିଛନ୍ତି। ସିଙ୍ଗଲ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ଏଫ୍‌ଡିଆଇ ନିୟମ କୋହଳ କରାଯାଇଛି। ସେହିପରି କୋଇଲା ଖଣି ଓ କଣ୍ଟ୍ରାକ୍ଟ ମାନୁଫାକ୍‌ଚରିଂ କ୍ଷେତ୍ରରେ ଅଟୋମେଟିକ ରୁଟ୍‌ରେ ୧୦୦ ପ୍ରତିଶତ ଏଫ୍‌ଡିଆଇକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଆଖୁ ଚାଷୀଙ୍କ ବକେୟା ସମସ୍ୟାର ସମାଧାନ କରିବାକୁ ଯାଇ ସରକାର କେତେକ ପଦକ୍ଷେପ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏଠାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆର୍ଥିକ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ଶେଷରେ ଶିଳ୍ପ ଓ ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ ଏଠାରେ ଆୟୋଜିତ ଖବରଦାତା ବୈଠକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସିଙ୍ଗଲ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ଅନିବାର୍ଯ୍ୟ ୩୦ ପ୍ରତିଶତ ଡୋମେଷ୍ଟିକ ସୋର୍ସିଂ ନିୟମକୁ ପ୍ରତ୍ୟାହାର କରାଯାଇଛି। ଏଣିକି ଅଫ୍‌ଲାଇନ ଷ୍ଟୋର୍‌ ନ ଖୋଲି ମଧ୍ୟ ସିଙ୍ଗଲ ବ୍ରାଣ୍ଡ ରିଟେଲର ସିଧାସଳଖ ଅନ୍‌ଲାଇନରେ ଷ୍ଟୋର୍‌ ଖୋଲିପାରିବେ। ପୂର୍ବରୁ ଅନ୍‌ଲାଇନ ଷ୍ଟୋର୍‌ ଖୋଲିବାକୁ ଚାହିଁଲେ ଅଫ୍‌ଲାଇନ ଷ୍ଟୋର୍‌ ଖୋଲିବା ବାଧ୍ୟତାମୂଳକ ଥିଲା। କ୍ୟାବିନେଟ କମିଟି ବୁଧବାର ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର ନେଇଛନ୍ତି। ଗୋୟଲ କହିଛନ୍ତି ଯେ, ଏଫ୍‌ଡିଆଇ ନିୟମ କୋହଳ କରିବାକୁ ଯାଇ ଏନ୍‌ଡିଏ ସରକାର ପୂର୍ବରୁ ଅନେକ ପଦକ୍ଷେପ ନେଇଛନ୍ତି। ସେହି କାରଣରୁ ୨୦୧୪ରୁ ୨୦୧୯ ମଧ୍ୟରେ ଦେଶକୁ ୨୮୬ ବିଲିୟନ ଡଲାର ରେକର୍ଡ ଏଫ୍‌ଡିଆଇ ଆସିଛି। ପୂର୍ବବର୍ତ୍ତୀ ୫ ବର୍ଷରେ ଉପା ସରକାର ସମୟରେ ଏହା ୧୮୯ ବିଲିୟନ ଡଲାର ଥିଲା। ୨୦୧୮-୧୯ର ଅନ୍ତରୀଣ ତଥ୍ୟ ଅନୁଯାୟୀ, ଦେଶକୁ ୬୪ ବିଲିୟନ ଡଲାର ଏଫ୍‌ଡିଆଇ ଆସିଥିଲା। ଆଗାମୀ ଦିନରେ ଏଫ୍‌ଡିଆଇ ନିୟମକୁ ଆହୁରି କୋହଳ କରାଯିବ ବୋଲି ସେ କହିଛନ୍ତି। ଡୋମେଷ୍ଟିକ ମାନୁଫାକ୍‌ଚରିଂକୁ ପ୍ରୋତ୍ସାହିତ କରିବା ଲାଗି କଣ୍ଟ୍ରାକ୍ଟ ମାନୁଫାକ୍ଚରିଂରେ ଅଟୋମେଟିକ ରୁଟ୍‌ରେ ୧୦୦ ପ୍ରତିଶତ ଏଫ୍‌ଡିଆଇ ହୋଇପାରିବ। ସେହିପରି ଡିଜିଟାଲ ମିଡିଆରେ ୨୬% ଏଫ୍‌ଡିଆଇକୁ ଅନୁମୋଦନ କରାଯାଇଛି। ପୂର୍ବରୁ ପ୍ରିଣ୍ଟ ମିଡିଆରେ ଏଫ୍‌ଡିଆଇକୁ ଅନୁମୋଦନ କରାଯାଇଥିଲା ବୋଲି ଗୋୟଲ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଖୁ ଚାଷୀଙ୍କ ଲାଗି ବଡ଼ ନିଷ୍ପତ୍ତି ନିଆଯାଇଛି। ସରକାର ୬୦ ଲକ୍ଷ ଟନ ଚିନି ରପ୍ତାନି କରିବା ଲାଗି ଅନୁମତି ଦେବା ସହ ସବ୍‌ସିଡି ବାବଦରେ ୬୨୬୮ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ଚାଷୀଙ୍କୁ ମିଳିବାକୁ ଥିବା ସବ୍‌ସିଡି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ ବୋଲି ଗୋୟଲ କହିଛନ୍ତି। ବୈଠକରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର କହିଛନ୍ତି ଯେ, କ୍ୟାବିନେଟ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଚିନି ମିଲ୍‌ଗୁଡ଼ିକୁ ପ୍ରତି ମେଟ୍ରିକ ଟନ ରପ୍ତାନି ଲାଗି ୧୦,୪୪୮ ଟଙ୍କା ସବ୍‌ସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚିନି ରପ୍ତାନି ସବ୍‌ସିଡି ବାବଦରେ ୬୨୬୮କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟର ଏହି ନିଷ୍ପତ୍ତି ଯୋଗୁ ବଜାରରେ ଚିନିର ଦାମ ସ୍ଥିର ରହିବ ଏବଂ ଚାଷୀଙ୍କୁ କ୍ଷତି ସହିବାକୁ ପଡିବ ନାହିଁ। ସୂଚନାଥାଉ କି, ଏଥିପୂର୍ବରୁ ଜୁଲାଇରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୪୦ ଲକ୍ଷ ଟନ ଚିନି ବଫର ଷ୍ଟକ୍‌ ରଖିବାକୁ ଅନୁମୋଦନ କରାଯାଇଥିଲା। ଏହାର ଅର୍ଥ ଚିନି ମିଲ୍‌ଗୁଡ଼ିକ ସରକାରଙ୍କ ପାଇଁ ଏହି ପରିମାଣ ଚିନି ମହଜୁଦ୍‌ ରଖିବେ। ଏଥିପାଇଁ ଦେୟ ବାବଦରେ ସରକାର ସେମାନଙ୍କୁ ୧୭୦୦ କୋଟି ଟଙ୍କା ସବ୍‌ସିଡି ଦେବେ। ତେବେ ଆସନ୍ତା ସିଜନ ଲାଗି ଆଖୁ ଦରକୁ ଅପରିବର୍ତ୍ତିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri