ଏଫ୍‌ଡିଆଇ ନୀତି କୋହଳ, ଆଖୁ ଚାଷୀଙ୍କୁ ସହାୟତା

ନୂଆଦିଲ୍ଲୀ,୨୯-୮: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବୁଧବାର ଏଫ୍‌ଡିଆଇ ନୀତିକୁ କୋହଳ କରିଛନ୍ତି। ସିଙ୍ଗଲ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ଏଫ୍‌ଡିଆଇ ନିୟମ କୋହଳ କରାଯାଇଛି। ସେହିପରି କୋଇଲା ଖଣି ଓ କଣ୍ଟ୍ରାକ୍ଟ ମାନୁଫାକ୍‌ଚରିଂ କ୍ଷେତ୍ରରେ ଅଟୋମେଟିକ ରୁଟ୍‌ରେ ୧୦୦ ପ୍ରତିଶତ ଏଫ୍‌ଡିଆଇକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଆଖୁ ଚାଷୀଙ୍କ ବକେୟା ସମସ୍ୟାର ସମାଧାନ କରିବାକୁ ଯାଇ ସରକାର କେତେକ ପଦକ୍ଷେପ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏଠାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆର୍ଥିକ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ଶେଷରେ ଶିଳ୍ପ ଓ ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ ଏଠାରେ ଆୟୋଜିତ ଖବରଦାତା ବୈଠକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସିଙ୍ଗଲ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ଅନିବାର୍ଯ୍ୟ ୩୦ ପ୍ରତିଶତ ଡୋମେଷ୍ଟିକ ସୋର୍ସିଂ ନିୟମକୁ ପ୍ରତ୍ୟାହାର କରାଯାଇଛି। ଏଣିକି ଅଫ୍‌ଲାଇନ ଷ୍ଟୋର୍‌ ନ ଖୋଲି ମଧ୍ୟ ସିଙ୍ଗଲ ବ୍ରାଣ୍ଡ ରିଟେଲର ସିଧାସଳଖ ଅନ୍‌ଲାଇନରେ ଷ୍ଟୋର୍‌ ଖୋଲିପାରିବେ। ପୂର୍ବରୁ ଅନ୍‌ଲାଇନ ଷ୍ଟୋର୍‌ ଖୋଲିବାକୁ ଚାହିଁଲେ ଅଫ୍‌ଲାଇନ ଷ୍ଟୋର୍‌ ଖୋଲିବା ବାଧ୍ୟତାମୂଳକ ଥିଲା। କ୍ୟାବିନେଟ କମିଟି ବୁଧବାର ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର ନେଇଛନ୍ତି। ଗୋୟଲ କହିଛନ୍ତି ଯେ, ଏଫ୍‌ଡିଆଇ ନିୟମ କୋହଳ କରିବାକୁ ଯାଇ ଏନ୍‌ଡିଏ ସରକାର ପୂର୍ବରୁ ଅନେକ ପଦକ୍ଷେପ ନେଇଛନ୍ତି। ସେହି କାରଣରୁ ୨୦୧୪ରୁ ୨୦୧୯ ମଧ୍ୟରେ ଦେଶକୁ ୨୮୬ ବିଲିୟନ ଡଲାର ରେକର୍ଡ ଏଫ୍‌ଡିଆଇ ଆସିଛି। ପୂର୍ବବର୍ତ୍ତୀ ୫ ବର୍ଷରେ ଉପା ସରକାର ସମୟରେ ଏହା ୧୮୯ ବିଲିୟନ ଡଲାର ଥିଲା। ୨୦୧୮-୧୯ର ଅନ୍ତରୀଣ ତଥ୍ୟ ଅନୁଯାୟୀ, ଦେଶକୁ ୬୪ ବିଲିୟନ ଡଲାର ଏଫ୍‌ଡିଆଇ ଆସିଥିଲା। ଆଗାମୀ ଦିନରେ ଏଫ୍‌ଡିଆଇ ନିୟମକୁ ଆହୁରି କୋହଳ କରାଯିବ ବୋଲି ସେ କହିଛନ୍ତି। ଡୋମେଷ୍ଟିକ ମାନୁଫାକ୍‌ଚରିଂକୁ ପ୍ରୋତ୍ସାହିତ କରିବା ଲାଗି କଣ୍ଟ୍ରାକ୍ଟ ମାନୁଫାକ୍ଚରିଂରେ ଅଟୋମେଟିକ ରୁଟ୍‌ରେ ୧୦୦ ପ୍ରତିଶତ ଏଫ୍‌ଡିଆଇ ହୋଇପାରିବ। ସେହିପରି ଡିଜିଟାଲ ମିଡିଆରେ ୨୬% ଏଫ୍‌ଡିଆଇକୁ ଅନୁମୋଦନ କରାଯାଇଛି। ପୂର୍ବରୁ ପ୍ରିଣ୍ଟ ମିଡିଆରେ ଏଫ୍‌ଡିଆଇକୁ ଅନୁମୋଦନ କରାଯାଇଥିଲା ବୋଲି ଗୋୟଲ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଖୁ ଚାଷୀଙ୍କ ଲାଗି ବଡ଼ ନିଷ୍ପତ୍ତି ନିଆଯାଇଛି। ସରକାର ୬୦ ଲକ୍ଷ ଟନ ଚିନି ରପ୍ତାନି କରିବା ଲାଗି ଅନୁମତି ଦେବା ସହ ସବ୍‌ସିଡି ବାବଦରେ ୬୨୬୮ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ଚାଷୀଙ୍କୁ ମିଳିବାକୁ ଥିବା ସବ୍‌ସିଡି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ ବୋଲି ଗୋୟଲ କହିଛନ୍ତି। ବୈଠକରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର କହିଛନ୍ତି ଯେ, କ୍ୟାବିନେଟ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଚିନି ମିଲ୍‌ଗୁଡ଼ିକୁ ପ୍ରତି ମେଟ୍ରିକ ଟନ ରପ୍ତାନି ଲାଗି ୧୦,୪୪୮ ଟଙ୍କା ସବ୍‌ସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚିନି ରପ୍ତାନି ସବ୍‌ସିଡି ବାବଦରେ ୬୨୬୮କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟର ଏହି ନିଷ୍ପତ୍ତି ଯୋଗୁ ବଜାରରେ ଚିନିର ଦାମ ସ୍ଥିର ରହିବ ଏବଂ ଚାଷୀଙ୍କୁ କ୍ଷତି ସହିବାକୁ ପଡିବ ନାହିଁ। ସୂଚନାଥାଉ କି, ଏଥିପୂର୍ବରୁ ଜୁଲାଇରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୪୦ ଲକ୍ଷ ଟନ ଚିନି ବଫର ଷ୍ଟକ୍‌ ରଖିବାକୁ ଅନୁମୋଦନ କରାଯାଇଥିଲା। ଏହାର ଅର୍ଥ ଚିନି ମିଲ୍‌ଗୁଡ଼ିକ ସରକାରଙ୍କ ପାଇଁ ଏହି ପରିମାଣ ଚିନି ମହଜୁଦ୍‌ ରଖିବେ। ଏଥିପାଇଁ ଦେୟ ବାବଦରେ ସରକାର ସେମାନଙ୍କୁ ୧୭୦୦ କୋଟି ଟଙ୍କା ସବ୍‌ସିଡି ଦେବେ। ତେବେ ଆସନ୍ତା ସିଜନ ଲାଗି ଆଖୁ ଦରକୁ ଅପରିବର୍ତ୍ତିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri