Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଶ୍ୱ ଚାମ୍ପିୟନକୁ ହରାଇଲା ଭାରତ

ଭୁବନେଶ୍ୱର,୮।୨(କ୍ରୀଡ଼ା ପ୍ରତିନିଧି): ବର୍ଷା, ପ୍ରତିକୂଳ ପାଗ, ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ନମ୍ବରଓ୍ବାନ ତଥା ବିଶ୍ୱ ଚାମ୍ପିୟନ ବେଲଜିୟମ ଥିଲେ ହେଁ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତୀୟ ହକି ଦଳର ଜୟ ଯାତ୍ରା ଅବ୍ୟାହତ ରହିଛି। ଶନିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ବର୍ଷାଭିଜା ମ୍ୟାଚରେ ଭାରତ ରେଡ୍‌ ଲାୟନ୍ସ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି। ଚମତ୍କାର ପ୍ରଦର୍ଶନ ପାଇଁ ଭାରତ ଗୋଲକିପର କ୍ରିଷ୍ଣନ ବାହାଦୂର ପାଠକ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା ଅତିଥିଭାବେ ଯୋଗଦେଇ ମ୍ୟାଚର ଶୁଭାରମ୍ଭ କରିଥିଲେ ଏବଂ ଶେଷରେ ପୁରସ୍କାର ପ୍ରଦାନ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଗତ ଜାନୁୟାରୀରେ ନେଦରଲାଣ୍ଡ୍ସକୁ ହରାଇ ଅଭିଯାନ ଆରମ୍ଭ କରିଥିଲା ଭାରତ। ଅନ୍ୟ ପକ୍ଷରେ ଗତ ୨ ମୁକାବିଲାରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ହରାଇଥିବା ବେଲଜିୟମର ବିଜୟରେ ପ୍ରଥମଥରପାଇଁ ବ୍ରେକ୍‌ ଲଗାଇଛି ମନପ୍ରୀତ ସିଂ ବାହିନୀ। ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ ରବିବାର କଳିଙ୍ଗରେ ଅନୁଷ୍ଠିତ ହେବ।
ଝିପିଝିପି ବର୍ଷା ସତ୍ତ୍ୱେ ଘରୋଇ ପରିବେଶ ଏବଂ ଦର୍ଶକ ସମର୍ଥନରେ ଉତ୍ସାହୀ ପ୍ରଦର୍ଶନ କରିଥିଲା ଭାରତ। ଦ୍ୱିତୀୟ ମିନିଟରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚରେ ଉଷ୍ମତା ଭରିଥିଲେ। ଏହାପରେ ପ୍ରତ୍ୟାବର୍ତ୍ତନ କରିବାକୁ ଆକ୍ରମଣକୁ ଜୋରଦାର କରିଥିଲା ବେଲଜିୟମ। ପ୍ରଥମାର୍ଦ୍ଧର ଅଧିକାଂଶ ସମୟ ବଲ୍‌ ଭାରତ ହାଫ୍‌ରେ ରଖି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରିଥିଲା ଏହି ଦଳ। ମାତ୍ର ଭାରତର ଦୁଇ ଗୋଲକିପର ପି.ଆର. ଶ୍ରୀଜେଶ ଓ କ୍ରିଷ୍ଣନ ବାହାଦୂର ପାଠକ ଚମତ୍କାର ସେଭ୍‌ କରି ପ୍ରତିପକ୍ଷ ଦଳକୁ ଲକ୍ଷ୍ୟ ପଥରେ ଆଗେଇବାରେ ପ୍ରତିବନ୍ଧକ ସାଜିଥିଲେ। ୪ର୍ଥ ମିନିଟରେ କ୍ରମାଗତ ୪ଟି ପେନାଲ୍ଟି କର୍ନର ପାଇଥିଲା ବେଲଜିୟମ। ମାତ୍ର ଭାରତୀୟ ରକ୍ଷଣଭାଗ ଓ ଗୋଲକିପରଙ୍କୁ ଭେଦ କରିବାରେ ସକ୍ଷମ ହୋଇପାରି ନ ଥିଲା। ୮ମ ଓ ୧୫ତମ ମିନିଟରେ ମଧ୍ୟ ଦଳ ୨ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ଫଳାଫଳ ପୂର୍ବପରି ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଖେଳ ବେଶ୍‌ ରୋମାଞ୍ଚକ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ୨୦ତମ ମିନିଟରେ ବେଲଜିୟମ ଆଉ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ ପରିଶୋଧରେ ଏହା ସହାୟକ ହୋଇପାରି ନ ଥିଲା। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଅର୍ଥାତ୍‌ ୩୩ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ବେଲଜିୟମର ଗାଉଥିର ବୋକାର୍ଡ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ଫଳରେ ବର୍ଷାଯୋଗୁ ଥଣ୍ଡା ବଢ଼ିଥିଲେ ହେଁ ପଡ଼ିଆ ଭିତରେ ଉଷ୍ମତା ବୃଦ୍ଧି ପାଇଥିବା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ୪୧ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା ମନପ୍ରୀତ ବଲ୍‌କୁ ପ୍ରତିପକ୍ଷ ଗୋଲପୋଷ୍ଟ ଭିତରକୁ ପଠାଇ ଦେଇଥିଲେ ମଧ୍ୟ। ମାତ୍ର ବଲ୍‌ ଷ୍ଟପ୍‌ ସମୟରେ ଡି ଏରିଆ ବାହାରକୁ ନ ଆଣି ବଲ୍‌ ମାରିଥିବାରୁ ଅମ୍ପାୟର ତାହାକୁ ନାକଚ କରି ଦେଇଥିଲେ। ମ୍ୟାଚ ୧-୧ ସ୍ଥିତିରେ ରହିବାରୁ ସ୍ବାଭାବିକ ଅନ୍ତିମ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେମେ ୪୬ତମ ମିନିଟରେ ଭାରତକୁ ମିଳିଥିବା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri