Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଭୁବନେଶ୍ୱର ଭାରତର ଭେନ୍ୟୁ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି)- ୨୦୨୦ ଜାନୁୟାରୀ ୧୧ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଏଥିରେ ମୋଟ୍‌ ୧୪୪ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ ସୋମବାର ଭେନ୍ୟୁ ତାଲିକା ପ୍ରକାଶ କରାଯାଇଛି। ତଦନୁସାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଭାରତ ଏହାର ଘରୋଇ ଗ୍ରାଉଣ୍ଡ ଭାବେ ବ୍ୟବହାର କରିବ। ଅର୍ଥାତ୍‌ ଭାରତ ଖେଳିବାକୁଥିବା ସମସ୍ତ ଘରୋଇ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ନେଦରଲାଣ୍ଡ୍ସ, ବେଲ୍‌ଜିୟମ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ଗୁଡ଼ିକ ଭାରତ ଘରୋଇ ଗ୍ରାଉଣ୍ଡରେ ଖେଳିବ। ଜର୍ମାନୀ, ଗ୍ରେଟ୍‌ବ୍ରିଟେନ, ଆର୍ଜେଣ୍ଟିନା ଓ ସ୍ପେନ୍‌ ବିପକ୍ଷ ମ୍ୟାଚ୍‌ଗୁଡ଼ିକ ବାହାର ପରିବେଶରେ ଖେଳିବାକୁ ଯିବ। ଭାରତ ପ୍ରଥମେ ଜାନୁୟାରୀ ୧୮ ଓ ୧୯ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ନେଦରଲାଣ୍ଡ୍ସକୁ ଭେଟିବ। ଏହାପରେ ଫେବୃୟାରୀ ୮ ଓ ୯ରେ ସେହି ପଡ଼ିଆରେ ବିଶ୍ୱ ଚାମ୍ପିୟନ ବେଲଜିୟମ ସହିତ ମୁକାବିଲା କରିବ। ଫେବୃୟାରୀ ୨୧ ଓ ୨୨ରେ କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପରେ ଏପ୍ରିଲ ୨୫ ଓ ୨୬ରେ ଜର୍ମାନୀକୁ ଏହାର ଘରୋଇ ପରିବେଶରେ ଭେଟିବ। ଏହି ମ୍ୟାଚ୍‌ ୨ଟି ବର୍ଲିନରେ ଅନୁଷ୍ଠିତ ହେବ। ପରେ ମେ ୨ ଓ ୩ରେ ଲଣ୍ଡନରେ ଗ୍ରେଟ୍‌ ବ୍ରିଟେନ ସହିତ ଖେଳିବ। ୪ଟି ମ୍ୟାଚ୍‌ ବାହାର ପରିବେଶରେ ଖେଳିବାପରେ ଭାରତ ପୁଣି କଳିଙ୍ଗ ଷ୍ଟାଡିୟମକୁ ପ୍ରତ୍ୟାବର୍ତ୍ତନ କରିବ। ଅର୍ଥାତ୍‌ ଦଳ ମେ ୨୩ ଓ ୨୪ରେ ଏହି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଭାରତ ଏହାର ଶେଷ ୪ଟି ମ୍ୟାଚ ବାହାର ପରିବେଶରେ ଖେଳିବ। ଜୁନ୍‌ ୫ ଓ ୬ରେ ଟୁକୁମାନଠାରେ ଆର୍ଜେଣ୍ଟିନା ଏବଂ ସେହିମାସ ୧୩ ଓ ୧୪ରେ ଭାଲେନ୍ସିଆଠାରେ ସ୍ପେନ୍‌ ବିପକ୍ଷରେ ଖେଳି ଅଭିଯାନ ଶେଷ କରିବ।
ଏଫ୍‌ଆଇଏଚ୍‌ ପକ୍ଷରୁ ଘୋଷିତ ଭେନ୍ୟୁ ତାଲିକା ଅନୁସାରେ ଅଷ୍ଟ୍ରେଲିଆ ଏହାର ଘରୋଇ ମ୍ୟାଚ୍‌ ପର୍ଥ ଓ ସିଡ୍‌ନୀରେ ଖେଳିବ। ସେହିପରି ଇଂଲଣ୍ଡ ଲଣ୍ଡନରେ ଏହାର ଘରୋଇ ମ୍ୟାଚ୍‌ଗୁଡ଼ିକ ଆୟୋଜନ କରିବ। ପ୍ରୋ ଲିଗ୍‌ର ପ୍ରଥମ ମ୍ୟାଚ୍‌ ୨୦୨୦ ଜାନୁୟାରୀ ୧୧ରେ ନେଦରଲାଣ୍ଡ୍ସ ଓ ଚାଇନା ମଧ୍ୟରେ ଚାଙ୍ଗ୍‌ଝୋଉର ଉଜିନ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ଠାରୁ ଆରମ୍ଭ କରି ହକି ଓ୍ବାଲର୍‌ଡ ଲିଗ୍‌, ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ, ଚାମ୍ପିୟନ୍ସ ଟ୍ରଫି ଏବଂ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ସଫଳତାର ସହ ଆୟୋଜନ ହୋଇଥିବାରୁ ହକି ଇଣ୍ଡିଆ ଏହାକୁ ଘରୋଇ ଭେନ୍ୟୁ କରିବାକୁ ପସନ୍ଦ କରିଛି। ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଫାଇନାଲରେ ଏହି ଦଳ ୩-୨ ଗୋଲରେ ବେଲଜିୟମକୁ ପରାସ୍ତ କରିଥିଲା। ନେଦରଲାଣ୍ଡ୍ସ ୫-୩ ଗୋଲରେ ଗ୍ରେଟ୍‌ବ୍ରିଟେନକୁ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲା। ଏହି ସଂସ୍କରଣରେ ଭାରତ ଅଂଶଗ୍ରହଣ କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri