Categories: ଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଗ୍ରୀଷ୍ମପ୍ରବାହ ଯୋଗୁ ଅତିରିକ୍ତ ବିରତି

ଭୁବନେଶ୍ୱର,୧୨।୬(ପିଟି): ଅତ୍ୟନ୍ତ ଗ୍ରୀଷ୍ମପ୍ରବାହ ଯୋଗୁ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଖେଳାଳିଙ୍କୁ ଅତିରିକ୍ତ ବିରତି ମିଳିଛି। ପ୍ରବଳ ଖରା ପାଇଁ ଆୟୋଜକ କମିଟି ବାଧ୍ୟ ହୋଇ କ୍ୱାର୍ଟର୍ସ ମଧ୍ୟରେ ଧାର୍ଯ୍ୟ ସମୟଠାରୁ ଅଧିକ ବିରତି ନେବାକୁ ନିଷ୍ପତ୍ତି ନେଇଥିଲା। ବୁଧବାର ସକାଳେ ୭ମ ଓ ୮ମ ସ୍ଥାନ ଲାଗି ମେକ୍ସିକୋ ଓ ଉଜ୍‌ବେକିସ୍ତାନ ମଧ୍ୟରେ ପ୍ଲେ-ଅଫ ଖେଳାଯାଇଥିଲା। ମ୍ୟାଚ୍‌ର ପ୍ରତ୍ୟେକ କ୍ୱାର୍ଟର ମଝିରେ ୪ ମିନିଟ୍‌ ବିଶିଷ୍ଟ ବ୍ରେକ ନିଆଯାଇଥିଲା। ଦ୍ୱିତୀୟାର୍ଦ୍ଧଠାରୁ ପ୍ରତ୍ୟେକ ସାଢ଼େ ୭ ମିନିଟ୍‌ ଖେଳ ହେବା ପରେ ଅମ୍ପାୟର ବିରତି ନେଇଥିଲେ। ଯାହା ଫଳରେ ଖେଳାଳିମାନେ ନିଜକୁ ଡିହାଇଡ୍ରେଟ୍‌ କରିବାକୁ ପର୍ଯ୍ୟାପ୍ତ ସମୟ ପାଇଥିଲେ। ପ୍ରବଳ ଖରା ସତ୍ତ୍ୱେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ୦-୨ ଗୋଲରେ ପଛୁଆ ଥିବା ମେକ୍ସିକୋ ଦଳ ମ୍ୟାଚ୍‌କୁ ୪-୩ ଗୋଲରେ ଜିତି ନେଇଥିଲା।

Share