Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସଭାରତ,ଆମେରିକା ସେମିରେ

ଭୁବନେଶ୍ୱର, ୧୧।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ପୁଲ ‘ଏ’ ଶେଷ ଲିଗ୍‌ ମ୍ୟାଚରେ ଦଳ ୧୦-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଆକାଶଦୀପ ସିଂ ହ୍ୟାଟ୍ରିକ ଗୋଲ ଦେଇଥିବାବେଳେ ବରୁଣ କୁମାର ଓ ମନଦୀପ ୨ଟି ଲେଖାଏ ଏବଂ ଅମିତ ରୋହିଦାସ, ନିଳକାନ୍ତ ଶର୍ମା ଓ ଗୁରସାହିବଜିତ ସିଂ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଯୋଜନା ଓ ସମନ୍ବୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଅତିଥିଭାବେ ଯୋଗଦେଇ ଆକାଶଦୀପଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ଭାରତ-ଉଜ୍‌ବେକିସ୍ତାନ ମ୍ୟାଚ ସହ ପ୍ରତିଯୋଗିତାର ପୁଲ୍‌ ପର୍ଯ୍ୟାୟ ଶେଷ ହୋଇଛି। ପୁଲ୍‌ ‘ଏ’ରୁ ଭାରତ ଓ ପୁଲ୍‌‘ବି’ରୁ ଆମେରିକା ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପୁଲ୍‌ ‘ଏ’ରୁ ରୁଷିଆ ଓ ପୋଲାଣ୍ଡ ଏବଂ ପୁଲ୍‌ ‘ବି’ରୁ ଜାପାନ ଓ ଦକ୍ଷିଣ ଆଫ୍ରିକା କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଦୁଇ ପୁଲ୍‌ର ନିମ୍ନ ର଼୍ୟାଙ୍କିିଙ୍ଗପ୍ରାପ୍ତ ଦଳ ଉଜ୍‌ବେକିସ୍ତାନ ଓ ମେକ୍ସିକୋ ୭-୮ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବେ। ୧୨ ତାରିଖରେ ପ୍ର୍ରଥମ କ୍ରସ୍‌ ଓଭର ମ୍ୟାଚରେ ରୁଷିଆ-ଦକ୍ଷିଣ ଆଫ୍ରିକା ଏବଂ ଦ୍ୱିତୀୟ କ୍ରସ୍‌ ଓଭରରେ ଜାପାନ-ପୋଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ୧୪ ତାରିଖରେ ଭାରତ ପ୍ରଥମ ସେମିଫାଇନାଲରେ ଜାପାନ-ପୋଲାଣ୍ଡ ମ୍ୟାଚର ବିଜେତାକୁଭେଟିବ। ସେହିଦିନ ଆମେରିକା ଦ୍ୱିତୀୟ ସେମିଫାଇନାଲରେ ରୁଷିଆ-ଦକ୍ଷିଣ ଆଫ୍ରିକା କ୍ରସ୍‌ ଓଭର ମ୍ୟ୍ୟାଚର ବିଜେତା ସହିତ ମୁକାବିଲା କରିବ।
ବିଶ୍ୱ ର଼୍ୟାଙ୍କିଙ୍ଗର ୪୩ତମ ସ୍ଥାନରେ ଥିବା ଉଜ୍‌ବେକିସ୍ତାନ ବିପକ୍ଷରେ ସ୍ବାଭାବିକଭାବେ ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲା ୫ମ ର଼୍ୟାଙ୍କ୍‌ ଭାରତ। ମ୍ୟାଚର ପ୍ରଥମ ମିନିଟରେ ହିଁ ଭାରତୀୟ ଖେଳାଳିମାନେ ଉଜ୍‌ବେକିସ୍ତାନ ଡି ଏରିଆ ମଧ୍ୟକୁ ବଲ୍‌ ନେଇ ସୁଯୋଗ ସୃଷ୍ଟି କରିିଥିଲେ। ତେବେ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ତାହାକୁ ହରମନପ୍ରୀତ ସିଂ ମିସ୍‌ କରିଥିଲେ। ଦ୍ୱିତୀୟ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ମିଳିଥିବାବେଳେ ବରୁଣ କୁମାରଙ୍କ ଶଟ୍‌କୁ ଉଜ୍‌ବେକିସ୍ତାନ ଖେଳାଳିମାନେ ରୋକିବାରେ ସକ୍ଷମ ହୋଇଥିଲେ। ୪ର୍ଥ ମିନିଟରେ ଗୋଟିଲ ପେନାଲ୍ଟି କର୍ନର ମିସ୍‌ ହୋଇଥିବାବେଳେ ଅନ୍ୟ ଏକ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ବରୁଣ କୁମାର ଗୋଲ ଖାତା ଖୋଲିଥିଲେ। ୯ମ ମିନି ଭାରତକୁ ମିଳିଥିବା ପେନାଲ୍ଟି କର୍ନର ମିସ୍‌ ହୋଇଥିବାବେଳେ ୧୧ତମ ମିନିଟର ପେନାଲ୍ଟି କର୍ନରକୁ ଗୋଲ କରି ଆକାଶଦୀପ ସିଂ ଭାରତର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ। ୧୫ତମ ମିନିଟରେ ପେନାଲ୍ଟି କର୍ନରକୁ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଡ୍ରାଗ୍‌ ଫ୍ଲିକ୍‌ ଜରିଆରେ ଗୋଲରେ ପରିଣତ କରି ପ୍ରଥମ କ୍ବାର୍ଟର ଶେଷସୁଦ୍ଧା ଭାରତକୁ ୩-୦ ଗୋଲରେ ଅଗ୍ରଣୀ କରାଇଥିଲେ।
ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଉଜ୍‌ବେକିସ୍ତାନ ଖେଳାଳିମାନେ ବଲ୍‌କୁ ଭାରତ ହାଫ୍‌କୁ ଆଣିବାରେ ବିଫଳ ହୋଇଥିଲେ। ଭାରତର ଆକ୍ରମଣରେ ନାକେଦମ୍‌ ହୋଇଥିବା ଏହି ଦଳ ଗୋଲ ବର୍ଷାକୁ ରୋକିବାରେ ବ୍ୟସ୍ତ ରହିଥିଲେ। ଦ୍ୱିତୀୟ କ୍ବାର୍ଟରରେ ଭାରତ ୪ଟି ଗୋଲ ଦେଇଥିଲା। ୨୨ତମ ମିନିଟରେ ବରୁଣ କୁମାର ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୪ର୍ଥ ଗୋଲଟି ସ୍କୋର କରିଥିଲେ। ୨୬ତମ ମିନିଟରେ ଆକାଶଦୀପ ସିଂ ଦଳ ପକ୍ଷରୁ ୫ମ ଗୋଲ ଦେଇଥିବାବେଳେ ୨୭ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ନିଳକାନ୍ତ ଶର୍ମା ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ୨୮ତମ ମିନିଟରେ ଭାରତକୁ ମିଳିଥିବା ୧୦ମ ପେନାଲ୍ଟି କର୍ନର ମିସ୍‌ ହୋଇଥିବାବେଳେ ଏହାର ୨ ମିନିଟ ପରେ ଅର୍ଥାତ୍‌ ୩୦ତମ ମିନିଟରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନକୁ ୭-୦ରେ ପହଞ୍ଚାଇଥିଲେ। ପ୍ରଥମାର୍ଦ୍ଧରେ ଭାରତୀୟ ଗୋଲକିପର କ୍ରିଷ୍ଣନ ପାଠକଙ୍କ ନିକଟକୁ ଥରେ ହେଲେ ବଲ୍‌ ଯାଇ ନ ଥିଲା।
ତୃତୀୟ କ୍ବାର୍ଟରରେ ମଧ୍ୟ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରି ରହିଥିଲା। ତେବେ ପ୍ରଥମାର୍ଦ୍ଧ ତୁଳନାରେ ଉଜ୍‌ବେକିସ୍ତାନ ଏହି କ୍ବାର୍ଟରରେ ସତର୍କତାର ସହିତ ଖେଳିବାରୁ ଭାରତକୁ ଅଧିକ ପେନାଲ୍ଟି କର୍ନର ମିିଳି ନ ଥିଲା। ୪୦ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲେ ହେଁ ତାହାକୁ ହରମନପ୍ରୀତ ଗୋଲରେ ପରିଣତ କରିପାରି ନ ଥିଲେ। ତୃତୀୟ କ୍ବାର୍ଟର ଶେଷରେ ଅର୍ଥାତ୍‌ ୪୫ତମ ମିନିଟରେ ଅମିତ ଉଜ୍‌ବେକିସ୍ତାନ ଡି ଏରିଆ ଭିତରେ ଥିବା ସୁମିତଙ୍କୁ ପାସ୍‌ ଦେଇଥିଲେ। ସୁମିତ ଏହାକୁ ଗୁରସାହିବଜିତ ସିଂଙ୍କ ନିକଟକୁ ବଢ଼ାଇ ଦେଇଥିଲେ ଏବଂ ଏହି ୭୧ ନମ୍ବର ଜର୍ସି ପରିହିତ ଖେଳାଳି ତାହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ୪ର୍ଥ କ୍ବାର୍ଟରେ ଭାରତ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲା ୫୩ତମ ମିନିଟରେ ମନଦୀପ ସିଂଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରିଥିଲେ ଆକାଶଦୀପ। ଏଥିସହ ସେ ମ୍ୟାଚରେ ହ୍ୟାଟ୍ରିକ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ୫୪ତମ ମିନିଟରେ ହରମନପ୍ରୀତ ପେନାଲ୍ଟି କର୍ନର ମିସ୍‌ କରିିଥିବାବେଳେ ୬୦ତମ ମିନିଟରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚ ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri