Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆ ୧୨, ଉଜ୍‌ବେକିସ୍ତାନ ୧କଳିଙ୍ଗରେ ଗୋଲ ରେକର୍ଡ

ଭୁବନେଶ୍ୱର, ୮।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଗୋଲ ବର୍ଷା ଜାରି ରହିଛି। ଗୁରୁବାର ଭାରତ ୧୦-୦ ଗୋଲରେ ରୁଷିଆକୁ ହରାଇଥିବାବେଳେ ଶୁକ୍ରବାର ରୁଷିଆ ୧୨-୧ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି। ଫଳରେ ପ୍ରଥମ ମ୍ୟାଚରେ ଭାରତ ନିକଟରୁ ଶୋଚନୀୟ ପରାଜୟ ବରଣ କରିଥିବା ରୁଷିଆ ଟୁର୍ନାମେଣ୍ଟରେ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ରୁଷିଆ ପକ୍ଷରୁ ଏକାକୀ ୫ ଗୋଲ ଦେଇଥିବା ୯ ନମ୍ବର ଜର୍ସି ପରିହିତ ସିମେନ ମାଟ୍‌କୋଭସ୍କି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପୂର୍ବରୁ ମ୍ୟାଚ ଆରମ୍ଭରେ ଆଜିର ଅତିଥି ଥିଲେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ। କଳିଙ୍ଗ ଷ୍ଟାଡିୟମରେ କୌଣସି ଅନ୍ତର୍ଜାତୀୟ ହକି ମ୍ୟାଚରେ ୧୩ ଗୋଲ ହେବା ଏକ ରେକର୍ଡ। ପୂର୍ବରୁ ୨୦୧୮ ହକି ବିଶ୍ୱକପ ଅବସରରେ ଚାଇନା ବିପକ୍ଷରେ ଅଷ୍ଟ୍ରେଲିଆ ସର୍ବାଧିକ ୧୧-୦ ଗୋଲରେ ବିଜୟୀ ହୋଇଥିଲା। ତେବେ ବିଜୟ ଗୋଲ ବ୍ୟବଧାନରେ ଅଷ୍ଟ୍ରେଲିଆର ସମକକ୍ଷ ହୋଇଛି ରୁଷିଆ। କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଥିବାରୁ ଉଜ୍‌ବେକିସ୍ତାନର ଆଗକୁ ବଢ଼ିବା ସମ୍ଭାବନା ଏକପ୍ରକାର ଶେଷ ହୋଇ ଯାଇଛି। ପ୍ରଥମ ମ୍ୟାଚରେ ଏହି ଦଳ ୦-୪ ଗୋଲରେ ପୋଲାଣ୍ଡଠାରୁ ହାରିଥିଲା।
ପୁଲ୍‌-ଏର ଏହି ମ୍ୟାଚରେ ବିଶ୍ୱର ୪୩ତମ ର଼୍ୟାଙ୍କ୍‌ପ୍ରାପ୍ତ ଉଜ୍‌ବେକିସ୍ତାନ ୨୨ ନମ୍ବର ରୁଷିଆ ବିପକ୍ଷରେ ଅତ୍ୟନ୍ତ ଅସହାୟ ମନେ ହୋଇଥିଲା। ବିଜୟୀ ଦଳ ପକ୍ଷରୁ ସିମେନ ୧୩(ପେନାଲ୍ଟି କର୍ନର), ୧୭(ପେନାଲ୍ଟି ଷ୍ଟ୍ରୋକ୍‌), ୨୬(ପେନାଲ୍ଟି କର୍ନର), ୪୪(ପେନାଲ୍ଟି କର୍ନର) ଓ ୪୮(ପେନାଲ୍ଟି କର୍ନର) ତମ ମିନିଟରେ ୫ ଗୋଲ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୧୧ ନମ୍ବର ଜର୍ସିଧାରୀ ଆଲେକ୍‌ଜାଣ୍ଡର ସ୍କିପରସ୍କି ୧୫ ଓ ୨୨(ଉଭୟ ଫିଲ୍ଡ ଗୋଲ)ତମ ମିନିଟରେ ୨ଟି, ସର୍ଗି ଲିପେସ୍କିନ ୧୯(ଫିଲ୍ଡ), ଆଲେକ୍ସି ସୋବୋଲେଭସ୍କି ୨୨(ଫିଲ୍ଡ), ମିଖାଇଲ ପ୍ରୋସ୍କୁରିଆକୋଭ ୩୬(ଫିିଲ୍ଡ), ମାରଟ ଖଇରୁଲିନ ୪୦(ଫିିଲ୍ଡ) ଓ ଡେନିସ ଷ୍ଟାରିଏଙ୍କୋ ୫୯(ଫିଲ୍ଡ)ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଉଜ୍‌ବେକିସ୍ତାନ ପକ୍ଷରୁ ଖାକିମବୟ ଖାକିମୋଭ ୨୯ତମ ମିନିଟରେ ପେନାଲ୍ଟି କର୍ନରରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ। ୯ ତାରିଖରେ ରୁଷିଆ ଏହାର ପରବର୍ତ୍ତୀ ମ୍ୟାଚରେ ପୋଲାଣ୍ଡକୁ ଭେଟିବ। ୧୦ ତାରିଖରେ ଉଜ୍‌ବେକିସ୍ତାନ ଏହାର ଅନ୍ତିମ ଲିଗ୍‌ ମ୍ୟାଚ ଭାରତ ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri