Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଦମ୍‌ ଦେଖାଇଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଦମ୍‌ ଦେଖାଇଛି ଦକ୍ଷିଣ ଆଫ୍ରିକା। ପ୍ରଥମ ୨ଟି ମ୍ୟାଚରେ ପରାଜୟ ସତ୍ତ୍ବେ ଏହି ଦଳ ସଫଳ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ୩ ମ୍ୟାଚ ଜିତିବା ସହ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦଳ ଚମତ୍କାର ପ୍ରଦର୍ଶନ କରି ଆମେରିକାକୁ ୨-୧ ଗୋଲରେ ପରାସ୍ତ କରିଛି। ଏଥିସହ ଦଳ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ବିଜୟୀ ଦଳର ୩ ନମ୍ବର ଜର୍ସି ପରିହିତ ଖେଳାଳି ଟାଇସନ ଲୁଙ୍ଗ୍‌ୱାନା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଅତିଥିଭାବେ ଯୋଗଦେଇ ଲୁଙ୍ଗୱାନାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଟୁନର୍ର୍ାମେଣ୍ଟର ପୁଲ୍‌ ପର୍ଯ୍ୟାୟରେ ଆକର୍ଷଣୀୟ ପ୍ରଦର୍ଶନ କରି ସିଧା ସେମିଫାଇନାଲରେ ପ୍ରବେଶ କରିଥିବା ଆମେରକାକୁ କଡ଼ା ଟକ୍କର ଦେଇଥିଲା ଦକ୍ଷିଣ ଆଫ୍ରିକା। ମ୍ୟାଚ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଉଭୟ ଦଳ ଏକାଧିକ ଗୋଲ ସ୍କୋରିଂ ସୁଯୋଗ ହାତଛଡ଼ା କରିଥିଲେ। ପ୍ରଥମ କ୍ବାର୍ଟର ଶେଷ ହେବାର ଅଳ୍ପକିଛି ମୁହୂର୍ତ୍ତ ପୂର୍ବରୁ ଆମେରିିକା ଏକ ପେନାଲ୍ଟି କର୍ନର ହାସଲ କରିଥିଲା। ଆକି କେପଲର ତାହାକୁ ଗୋଲରେ ପରିଣତ କରିବାରୁ ଆମେରିକା ବହୁ ପ୍ରତିକ୍ଷୀତ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍କମ ରଣନୀତିରେ ଖେଳିଥିଲେ ହେଁ ଦକ୍ଷିଣ ଆଫ୍ରିକାର ଦୃଢ଼ ରକ୍ଷଣଭାଗକୁଭେଦ କରିପାରି ନ ଥିଲା ଆମେରିକା। ଗୋଲକିପର ରସି ପିଟର୍ସଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଥିଲା। ଏହି କ୍ବାର୍ଟରରେ ଗୋଲ ନ ହେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଆମେରିକାର ଅଗ୍ରଣୀ ବଳବତ୍ତର ରହିଥିଲା।
ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଭିନ୍ନ ଖେଳ ଦେଖାଇଥିଲା ଦକ୍ଷିଣ ଆଫ୍ରିକା। ଖେଳାଳିଙ୍କ ଲଢ଼ୁଆ ମନୋବୃତ୍ତି ଦଳକୁ ଫାଇଦାରେ ରଖିଥିଲା। ମ୍ୟାଚ ଆଗେଇବା ସହ ଆମେରିକା ଖେଳାଳିଙ୍କ ଶାରୀରିକ ଭାଷା ମାନ୍ଦା ପରିଲକ୍ଷିତ ହୋଇଥିବାସ୍ଥଳେ ଦକ୍ଷିଣ ଆଫ୍ରିକା ଉତ୍ସାହୀ ପ୍ରଦର୍ଶନ କରିଥିଲା। ୪୨ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଅଷ୍ଟିନ ସ୍ମିଥ ଗୋଲରେ ପରିଣତ କରିବାରୁ ମ୍ୟାଚରେ ରୋମାଞ୍ଚ ଭରି ଯାଇଥିଲା। ଶେଷ କ୍ବାର୍ଟରରେ ଅସଲ ଖେଳ ହୋଇଥିଲା। ଉଭୟ ଦଳ ଅଗ୍ରଣୀ ନେବାକୁ ପ୍ରୟାସ କରିଥିଲେ ହେଁ ମ୍ୟାଚ ଡ୍ର ଆଡ଼କୁଗତି କରିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକାକୁ ଭଗ୍ୟଦେବୀ ସହାୟ ହୋଇଥିଲେ। ମ୍ୟାଚ ଶେଷ ହେବାକୁ ଆଉ ୩୩ ସେକେଣ୍ଡ ଥିବାବେଳେ ଦକ୍ଷିଣ ଆଫ୍ରିକାର ୨୪ ନମ୍ବର ଜର୍ସି ପରିହିତ ନିକୋଲାସ ସ୍ପୁନର ଏକ ଫିଲ୍ଡ ଗୋଲ ଦେଇ ଆମେରିକା ଆଶାରେ ପାଣି ଭରି ଦେଇଥିଲେ। ଅବଶିଷ୍ଟ କେତେ ସେକେଣ୍ଡର ଖେଳ କେବଳ ଔପଚାରିକା ହୋଇଥିବାବେଳେ ରେଫରିଙ୍କ ଶେଷ ହ୍ବିସିଲ ବାଜିବା ସହ ପଡ଼ିଆରେ ଖୁସି ମନାଇଥିଲା ଦକ୍ଷିଣ ଆଫ୍ରିକା।
ପ୍ରକାଶ ଯୋଗ୍ୟ ଯେ, ପୁଲ୍‌ ପର୍ଯ୍ୟାୟରେ ଆମେରିିକାଠାରୁ ୦-୨ ଗୋଲରେ ହାରି ଅଭିଯାନ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ପରବର୍ତ୍ତୀ ମ୍ୟାଚରେ ଜାପାନଠାରୁ ମଧ୍ୟ ୦-୨ ଗୋଲରେ ହାରି ଯାଇଥିଲା। ତେବେ ଶେଷ ଲିଗ୍‌ ମ୍ୟାଚରେ ମେକ୍ସିକୋକୁ ହରାଇ ଦଳ କ୍ରସ୍‌ ଓଭର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ଏହିଠାରୁ ଆରମ୍ଭ ହୋଇଥିଲା ଦକ୍ଷିଣ ଆଫ୍ରିକା ଅସଲ ଅଭିଯାନ। କ୍ରସ୍‌ ଓଭରରେ ଦଳ ରୁଷିଆକୁ ୨-୧ ଗୋଲରେ ହରାଇଥିବାବେଳେ ସେମିଫାଇନାଲରେ ଆମେରିକାକୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି ଏହି ଆଫ୍ରିକୀୟ ଚାମ୍ପିୟନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri