Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆ ବିଦା, ଦକ୍ଷିଣ ଆଫ୍ରିକା ସେମିରେ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଆମେରିକା ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ୧୪ ତାରିଖରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ବୁଧବାର ଅନୁଷ୍ଠିତ ଦ୍ୱିତୀୟ କ୍ରସ୍‌ ଓଭର ମ୍ୟାଚ ପରେ ଏହା ସ୍ପଷ୍ଟ ହୋଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨-୧ ଗୋଲରେ ରୁଷିଆକୁ ପରାସ୍ତ କରିଛି। ପୁଲ୍‌ ପର୍ଯ୍ୟାୟରେ ଖରାପ ଖେଳିଥିଲେ ହେଁ ଗୋଟିଏ ବିଜୟ ସହ କ୍ରସ୍‌ ଓଭରକୁ ଆସିଥିବା ଦକ୍ଷିଣ ଆଫ୍ରିକା ଭାଗ୍ୟ ସାଥ୍‌ ବଳରେ ପ୍ରତିଯୋଗିତାର ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଅନ୍ୟପକ୍ଷରେ ରୁଷିଆର ଅଭିଯାନ କ୍ରସ୍‌ ଓଭରରୁ ଶେଷ ହୋଇଛି। ଏହି ଦଳ ୧୪ରେ ପୋଲାଣ୍ଡ ସହ ୫-୬ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବ।
ଆଫ୍ରିକା ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଗ୍ରୁପ ପର୍ଯ୍ୟାୟରେ ଅପେକ୍ଷାକୃତ ଭଲ ଖେଳି ରୁଷିଆ କ୍ରସ୍‌ ଓଭରକୁ ଆସିଥିଲେ ହେଁ କଡ଼ା ଟକ୍କର ଦେଇଥିଲା ଦକ୍ଷିଣ ଆଫ୍ରିକା। ପ୍ରଥମ ଓ ଦ୍ୱିତୀୟ କ୍ବାର୍ଟରରେ ଉଭୟ ଦଳ ଏକାଧିକ ପେନାଲ୍ଟି କର୍ନର ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବାପରେ ତୃତୀୟ କ୍ବାର୍ଟରରେ ଅଗ୍ରଣୀ ନେବାପାଇଁ ଉଦ୍ୟମ ଜୋରଦାର ହୋଇଥିଲା। ୪୦ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଦକ୍ଷିଣ ଆଫ୍ରିକାର ଏନକୋବିଲ ଏନଟୁଲି ମ୍ୟାଚରେ ଉଷ୍ମତା ଭରିଥିଲେ। ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଦକ୍ଷିଣ ଆଫ୍ରିକା ୧-୦ ଗୋଲରେ ଅଗ୍ରଣୀ ନେଇଥିଲା। ମାତ୍ର ୪ର୍ଥ କ୍ବାର୍ଟର ଆରମ୍ଭର ଅଳ୍ପକିଛି ସମୟ ପରେ ଅର୍ଥାତ୍‌ ୪୭ତମ ମିନିଟରେ ରୁଷିଆକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲକରି ରୁଷିଆର ଜର୍ଜି ଆରୁସିଆ ମ୍ୟାଚକୁ ୧-୧ ସମାନ ସ୍ତରକୁ ନେଇ ଆସିଥିଲେ। ମାତ୍ର ଦକ୍ଷିଣ ଆଫ୍ରିକା ସହଜରେ ହାର ମାନିବାକୁ ପ୍ରସ୍ତୁତ ନ ଥିଲା। ୫୩ତମ ମିନିଟରେ ର଼୍ୟାନ ଜୁଲିଅସଙ୍କ ଫିଲ୍ଡ ଗୋଲ ବଳରେ ଦଳ ପୁଣି ଅଗ୍ରଣୀ ହାସଲ କରିଥିଲା। ଶେଷ ମିନିଟରେ ଗୋଲ ପରିଶୋଧ ପାଇଁ ରୁଷିଆ ସୁବର୍ଣ୍ଣ ସୁଯୋଗ ପାଇଥିଲା। ମାତ୍ର ପେନାଲ୍ଟି କର୍ନର ମିସ୍‌ କରି ଦଳ ଏହାକୁ ହାତଛଡ଼ା କରିଥିଲା। ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଦକ୍ଷିଣ ଆଫ୍ରିକାର ଅଷ୍ଟିନ ସ୍ମିଥ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ପୁଲ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ୦-୨ରେ ଆମେରିକାଠାରୁ ଏବଂ ୦-୨ରେ ଜାପାନଠାରୁ ହାରିଥିବାବେଳେ ମେକ୍ସିକୋକୁ ୬-୦ ଗୋଲରେ ହରାଇ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ଏବେ ସେମିଫାଇନାଲରେ ଆମେରିକାକୁ ଭେଟିବାକୁ ଯାଉଥିବାରୁ ପରାଜୟ ମଧୁର ପ୍ରତିଶୋଧ ନେବାପାଇଁ ଦକ୍ଷିଣ ଆଫ୍ରିକା ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ପୁଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଉଜ୍‌ବେକିସ୍ତାନକୁ ୧୨-୧ ଓ ପୋଲାଣ୍ଡକୁ ୩-୨ ଗୋଲରେ ହରାଇଥିବା ରୁଷିିଆ ଏଠାରେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ନ ପାରି ପରାଜିତ ହୋଇଛି। ପୁଲ୍‌ ‘ଏ’ରୁ କେବଳ ଭାରତ ଏବଂ ପୁଲ୍‌ ‘ବି’ରୁ ୩ ଦଳ ଜାପାନ, ଆମେରିକା ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ନ୍ୟୁଜିଲ୍ୟାଣ୍ଡ ପରେ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, T20 ସିରିଜରୁ ବାଦ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୭।୩: ଦକ୍ଷିଣ ଆଫ୍ରିକା ଟିମ୍ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରୁଛି। ଦୁଇ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ଟି-୨୦…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଏସିଆନ ଫୁଟବଲ କନଫେଡେରେଶନର ବଡ଼ ଘୋଷଣା: ଇରାନ ଫିଫା ବିଶ୍ୱକପ୍‌ ଖେଳିବ

କୁଆଲାଲୁମ୍ପୁର,୧୬ା୩: ଆସନ୍ତା ଜୁନରେ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଇରାନ ଖେଳିବ। ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri