Posted inଖେଳ

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ଲଢ଼େଇ କରି ହାରିଲା ଭାରତ

ଭୁବନେଶ୍ୱର ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରିଯାଇଛି। ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ ପ୍ରଭାବୀ ରହିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ମିଳିଥିବା ପେନାଲ୍ଟି କର୍ନର ମିସ୍‌ ଯୋଗୁ ଦଳ ମ୍ୟାଚ ଡ୍ର ରଖିବା ସୁଯୋଗ ହାତଛଡ଼ା କରିଥିଲା। ଅଷ୍ଟ୍ରେଲିଆର ଲାଚଲାନ ଶାର୍ପ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ମ୍ୟାଚ ପରେ ଭାରତ ୫ଟି ମ୍ୟାଚ ଖେଳି ୨ ବିଜୟ, ୧ ଶୁଟ୍‌ଆଉଟ ବିଜୟ ଓ ୨ ପରାଜୟ ସହିତ ୮ ପଏଣ୍ଟରେ ସ୍ଥିର ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରେ ୨ ବିଜୟ, ୧ ଶୁଟ୍‌ ଆାଉଟ ବିଜୟ, ୧ ଶୁଟ୍‌ ଆଉଟ ପରାଜୟ ଓ ୧ ପରାଜୟ ସହିତ ୯ ପଏଣ୍ଟରେ ପହଞ୍ଚତ୍ ଯାଇଛି।
ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ସ୍ପିଡ୍‌ ଗେମ୍‌ ଖେଳି ଅଷ୍ଟ୍ରେଲିଆ ଫାଇଦା ପାଇଥିଲା। ଭାରତ ତୁଳନାରେ ଅଷ୍ଟ୍ରେଲିଆର ପାସିଂ ଏବଂ ଫିନିଶିଂ ଭଲ ରହିଥିଲା। ମ୍ୟାଚର ୬ଷ୍ଠ ମିନିଟରେ ଅଧିନାୟକ ଆରନ ଜେଲସ୍କିଙ୍କ ପାସ୍‌କୁ ଗୋଲରେ ପରିଣତ କରିଥିଲେ ଡେଲାନ ଉଥରସ୍ପୁନ। ପ୍ରଥମ କ୍ବାର୍ଟର ଶେଷ ବେଳକୁ ଅଷ୍ଟ୍ରେଲିଆ ୧-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ଅଷ୍ଟ୍ରେଲିିଆ ଚମତ୍କାର ଖେଳିଥିଲା। ଆକ୍ରମଣାତ୍ମକ ରଣନୀତିରେ ଡାହାଣ ପଟରୁ ବଲ୍‌ ଆଣି ଅଷ୍ଟ୍ରେଲିଆ ଖେଳାଳିମାନେ ଭାରତ ଡି’ ଏରିଆ ମଧ୍ୟରେ ପ୍ରବେଶ କରିଥିଲେ। ଲାଚଲାନ ଶାର୍ପ ବଲ୍‌କୁ ଅତି ଚତୁରତାର ସହିତ ଟମ୍‌ ୱିକହାମ୍‌ଙ୍କ ନିକଟକୁ ବଢ଼ାଇ ଦେଇଥିଲେ। ୱିକ୍ହାମ ତାହାକୁ ଗୋଲରେ ପରିଣତ କରି ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଅଷ୍ଟ୍ରେଲିଆ ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ।
କ୍ବାର୍ଟର ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୩୫ତମ ମିନିଟରେ ଭାରତ ମ୍ୟାଚରେ ପ୍ରଥମଥରପାଇଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ରୂପିନ୍ଦରପାଲ ସିଂ ତାହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ଏହାର ୧ ମିନିଟ ପରେ ଅର୍ଥାତ୍‌ ୩୬ତମ ମିନିଟରେ ଭାରତ ଦ୍ୱିତୀୟ ପେନାଲ୍ଟି କର୍ନର ପାଇଥିଲା। ଏଥର ରୂପିନ୍ଦର ମାରିଥିବା ଶଟ୍‌ ଅଷ୍ଟ୍ରେଲିଆ ଗୋଲକିପରଙ୍କ ହାତରେ ବାଜି ଫେରି ଆସୁଥିବାବେଳେ ରାଜ କୁମାର ପାଲ୍‌ଙ୍କ ରିବାଉଣ୍ଡ ଶଟ୍‌ରୁ ଭାରତ ପ୍ରଥମ ଗୋଲ ପାଇଥିଲା। ଗତ ବେଲଜିୟମ ବିପକ୍ଷ ମ୍ୟାଚରେ ପଦାର୍ପଣ କରିିଥିବା ରାଜଙ୍କ ପାଇଁ ଏହାଥିଲା ପ୍ରଥମ ଅନ୍ତର୍ଜାତୀୟ ଗୋଲ। ଏହାପରେ ୨ ମିନିଟ ମଧ୍ୟରେ ୨ଟି ଗୋଲ ଦେଇ ଅଷ୍ଟ୍ରେଲିଆ ବଡ଼ ଅଗ୍ରଣୀ ନେଇ ଯାଇଥିଲା। ୪୧ତମ ମିନିଟରେ ଲାଚଲାନ ଶାର୍ପ ଏବଂ ୪୩ତମ ମିନିଟରେ ଡାନିଏଲ ବାଲେ ଏହି ଗୋଲ ୨ଟି ଦେଇଥିଲେ। ତୃତୀୟ କ୍ବାର୍ଟର ଶେଷ ବେଳକୁ ଅଷ୍ଟ୍ରେଲିଆ ୪-୧ରେ ଅଗ୍ରଣୀ ନେଇ ଯାଇଥିଲା। ଶେଷ କ୍ବାର୍ଟରରେ କିନ୍ତୁ ଭାରତ ଆକର୍ଷଣୀୟ ଖେଳିଥିଲା। ୪୬ତମ ମିନିଟରେ ରାଜ ବ୍ୟକ୍ତିଗତଭାବେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ୫୨ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ରୂପିନ୍ଦର ଗୋଲରେ ପରିଣତ କରିବାରୁ ମ୍ୟାଚ ରୋମାଞ୍ଚକ ମୋଡ଼ ନେଇଥିଲା। ଶେଷ ୮ ମିନିଟରେ ଗୋଲ ପରିଶୋଧ ପାଇଁ ଭାରତ ଆପ୍ରାଣ ଉଦ୍ୟମ କରିଥିଲା। ମ୍ୟାଚ ଶେଷ ହେବାପାଇଁ ଆଉ ୩୩ ସେକେଣ୍ଡ ଥିବାବେଳେ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଥିଲା। ଦଳକୁ ମିଳିଥିବା ପେନାଲ୍ଟି କର୍ନର ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲେ ରୂପିନ୍ଦର। ସେ ଗୋଲପୋଷ୍ଟ ବାହାରେ ବଲ୍‌ ମାରି ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକଙ୍କୁ ନିରାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri