Posted inଖେଳ

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ,ସେମିଫାଇନାଲ: ଭାରତ ଫେଭରାଇଟ

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରୋମାଞ୍ଚକ ସମୟ ଉପନୀତ। ପୁଲ୍‌ ପର୍ଯ୍ୟାୟ ଓ କ୍ରସ୍‌ ଓଭର ପରେ ଶୁକ୍ରବାର ହେବାକୁ ଯାଉଛି ପ୍ରତିଯୋଗିତାର ୨ଟି ଯାକ ସେମିଫାଇନାଲ। ପ୍ରଥମ ସେମିଫାଇନାଲରେ ଆମେରିକାକୁ ଭେଟିବ ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ସେମିରେ ଆୟୋଜକ ଭାରତ ସହିତ ମୁକାବିଲା କରିବ ଏସୀୟ ଚାମ୍ପିୟନ ଜାପାନ। ଏହି ଦିନ ୫-୬ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ମଧ୍ୟ ଅନୁଷ୍ଠିତ ହେବ। ପୋଲାଣ୍ଡ ଓ ରୁଷିଆ ଏହି ମ୍ୟାଚରେ ପରସ୍ପରକୁ ଭେଟିବେ।
ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଭାରତ-ଜାପାନ ମ୍ୟାଚ ଅପରାହ୍ନ ୫ଟାରେ ହେବାର ଥିଲା। ମାତ୍ର ସମ୍ଭବତଃ ମ୍ୟାଚର ଗୁରୁତ୍ୱ ଏବଂ ଦର୍ଶକଙ୍କୁ ବାନ୍ଧିରଖିବା ପାଇଁ ଏହାକୁ ୭ଟା୧୫କୁ କରାଇବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନର ପ୍ରଦର୍ଶନ ଅନୁସାରେ ଜାପାନ ବିପକ୍ଷରେ ଭାରତ ଫେଭରାଇଟ ବିବେଚିତ ହୋଇଛି। କାରଣ ପୁଲ୍‌‘ଏ’ରେ ଭାରତ ୩ଟି ଯାକ ମ୍ୟାଚ ଜିତି ପୁରା ୯ ପଏଣ୍ଟ ସହିତ ସିଧା ସେମିଫାଇନାଲରେ ପ୍ରବେଶ କରିଥିଲା। କେବଳ ସେତିକି ନୁହେଁ ଦଳ ଚମତ୍କାର ପ୍ରଦର୍ଶନ କରି ଗୋଲବର୍ଷା ସହ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ୧୦-୦ ଗୋଲରେ ରୁଷିଆକୁ ହରାଇଥିବା ମନପ୍ରୀତ ସିଂଙ୍କ ଦଳ ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଓ ତୃତୀୟ ମ୍ୟାଚରେ ଉଜ୍‌ବେକିସ୍ତାନକୁ ୧୦-୦ ଗୋଲରେ ପରାସ୍ତ କରିଥିଲା। ତେଣୁ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୨୩ଟି ଗୋଲ ଦେଇଥିବା ଭାରତ ମାତ୍ର ଗୋଟିଏ ଗୋଲ ବରଣ କରିଛି। ଅନ୍ୟପକ୍ଷରେ ପୁଲ୍‌‘ବି’ରେ ଜାପାନ ଲିଗ୍‌ ପର୍ଯ୍ୟାୟରେ ୩ ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରଖି ୭ ପଏଣ୍ଟ ପାଇଥିଲା। ଫଳରେ ପୁଲ୍‌ରେ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହି କ୍ରସ୍‌ ଓଭର ଖେଳିଥିଲା। ଏହି ପର୍ଯ୍ୟାୟରେ ଦଳ ପୋଲାଣ୍ଡକୁ ୬-୨ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଏପର୍ଯ୍ୟନ୍ତ ୧୩ଟି ଗୋଲ ଦେଇଥିବାବେଳେ ୫ ଗୋଲ ବରଣ କରିଛି। ମେକ୍ସିକୋକୁ ୩-୧ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ଜାପାନ ପରେ ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲରେ ହରାଇଥିବାବେଳେ ଆମେରିକା ସହ ୨-୨ ଗୋଲରେ ମ୍ୟାଚ ଡ୍ର ରଖିଥିଲା। ନିକଟ ଅତୀତର ପ୍ରଦର୍ଶନକୁ ଦେଖିଲେ ମସ୍କଟରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ସେମିଫାଇନାଲରେ ଭାରତ ୩-୨ ଗୋଲରେ ଜାପାନକୁ ପରାସ୍ତ କରିଥିଲା। ପୂର୍ବରୁ ପୁଲ୍‌ ପର୍ଯ୍ୟାୟରେ ଦଳ ସମାନ ପ୍ରତିଦ୍ୱନ୍ଦ୍ୱି ବିପକ୍ଷରେ ୯-୦ ଗୋଲରେ ବିଜୟୀ ହୋଇଥିଲା। ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସର ପୁଲ୍‌ ପର୍ଯ୍ୟାୟରେ ମଧ୍ୟ ଭାରତ ୮-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା। ମାତ୍ର ଏହି ପ୍ରତିଯୋଗିତାରେ ଜାପାନ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ତେଣୁ ଆଗାମୀ ମ୍ୟାଚରେ ଉଭୟ ଦଳ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଛି। ଗତ ତିନୋଟି ମ୍ୟାଚରେ ଭାରତୀୟ ମିଡ୍‌ଫିଲ୍ଡ ଚମତ୍କାର ପ୍ରଦର୍ଶନ କରିଥିବାବେଳେ ଫରଓ୍ବାର୍ଡ ଖେଳାଳିମାନେ ଠିକ୍‌ଭାବେ ଫିନିସିଂ କରିପାରି ନ ଥିବା ଅନୁଭବ କରୁଛନ୍ତି କୋଚ୍‌ ଗ୍ରାହାମ ରିଡ୍‌। ଆକାଶଦୀପ ସିଂଙ୍କୁ ଛାଡ଼ିଦେଲେ ଅନ୍ୟ ଷ୍ଟ୍ରାଇକରମାନେ ସେପରି ପ୍ରଭାବୀ ପ୍ରଦର୍ଶନ କରିପାରି ନାହାନ୍ତି। ମନଦୀପ ସିଂ ଓ ଯୁବ ଗୁରସାହିବଜିତ ସିଂ କିଛି ପରିମାଣରେ ସଫଳ ହୋଇଥିବାବେଳେ ୧ ବର୍ଷ ପରେ ଆହତ ସମସ୍ୟାରୁ ଫେରିଥିବା ରମଣଦୀପ ସିଂ ବିଫଳ ରହିଛନ୍ତି। ସେହିପରି ଭାରତୀୟ ରକ୍ଷଣଭାଗ ସେପରି ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇନାହାନ୍ତି। କେବଳ ପୋଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ବିଭାଗ କିଛିଟା ଅସୁବିଧାର ସମ୍ମୁଖୀନ ହୋଇଥିଲା। ଦୁଇ ଗୋଲକିପର କ୍ରିଷ୍ଣନ ବାହାଦୂର ପାଠକ ଓ ପି.ଆର. ଶ୍ରୀଜେଶ ମ୍ୟାଚର ଅଧିକାଂଶ ସମୟ ଦେଖଣାହାରୀ ସାଜିଛନ୍ତି। ତେବେ ଶୁକ୍ରବାର ମ୍ୟାଚ ଭିନ୍ନ ଧରଣର ଚ୍ୟାଲେଞ୍ଜ ଆଣିବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri