ଏପ୍ରିଲରୁ ନୂଆ ନିୟମ, ନୂଆ ସୁବିଧା

ନୂଆଦିଲ୍ଲୀ,୧। ୪: ମାସ ବଦଳିବା ସହ ପହିଲାରୁ କିଛି କିଛି ନୂଆ ନିୟମ ଏବଂ ସୁବିଧା କାର୍ଯ୍ୟକାରୀ ହୋଇଥାଏ। ସେହିଭଳି ଏପ୍ରିଲ ୧ରୁ ନୂଆ ଆର୍ଥତ୍କ ବର୍ଷ ଆରମ୍ଭ ହେଉଛି। ଏମିତି କିଛି ନିୟମ ରହିଛି ଯାହା ପହିଲାରୁ ପରିବର୍ତ୍ତନ ହେବା ସହ ନୂଆ ସୁବିଧା ମଧ୍ୟ ଏହି ଦିନ ଠାରୁ ଆରମ୍ଭ ହେବ।
୧୦ ବ୍ୟାଙ୍କ ମିଶ୍ରଣୁ ୪ ବଡ ବ୍ୟାଙ୍କ
ଏପ୍ରିଲ ପହିଲାରୁ ସାରା ଦେଶରେ ୧୦ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ କାର୍ଯ୍ୟକାରୀ ହେବ। ଏ ନେଇ ରିଜର୍ଭ ବ୍ୟାଙ୍କ ମଞ୍ଜୁରୀ ଦେଇ ସାରିଛି। ସେହିଭଳି ବ୍ୟାଙ୍କଗୁଡିକର ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି କନଭେନର ମଧ୍ୟ ବଦଳିବେ ବୋଲି ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ଦେଇ ସାରିଛି। ବ୍ୟାଙ୍କ ମିଶ୍ରଣ ପଦକ୍ଷେପ ଅନ୍ତର୍ଗତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ମିଶିଯିବ। ସିଣ୍ଡିକେଟ ବ୍ୟାଙ୍କ କାନାରା ବ୍ୟାଙ୍କରେ ମିଶ୍ରଣ ହେଉଥିବା ବେଳେ ଆନ୍ଧ୍ର ଏବଂ କର୍ପୋରେଶନ ବ୍ୟାଙ୍କ ୟୁନିୟନ ବ୍ୟାଙ୍କ ସହ ମିଶିବ। ସେହିଭଳି ଆଲ୍ଲାହାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ସହ ବିଲୟ ହେବ।
ବିଏସ୍‌-୬ ଯାନ ବିକ୍ରି
ସାରା ଦେଶରେ ବିଏସ୍‌-୬ ମାନକକୁ ଏପ୍ରିଲ ପହିଲାରୁ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ସମୟରେ କେବଳ ବିଏସ୍‌-୬ ଯାନ ବିକ୍ରି କରାଯିବ। ଏବେ ଲକ୍‌ଡାଉନ ଥିବାରୁ ବଳକା ଥିବା ବିଏସ୍‌-୪ ଯାନ ବିକିବା ଲାଗି ୧୦ ଦିନ ସମୟ ଦିଆଯାଇଛି।
ଔଷଧ ବର୍ଗରେ ମେଡିକାଲ ଡିଭାଇସ
ସବୁ ପ୍ରକାରର ମେଡିକାଲ ଡିଭାଇସ ଡ୍ରଗ୍‌ସ ଶ୍ରେଣୀରେ ଆସିବ। ଡ୍ରଗସ୍‌ ଆଣ୍ଡ କମୋଡିଟି ଆକ୍ଟ ଧାରା ୩ ମୁତାବକ ଉଭୟ ମାନବ ଏବଂ ପଶୁଙ୍କ କ୍ଷେତ୍ରରେ ବ୍ୟବହାର ହେଉଥିବା ଉପକରଣ ଡ୍ରଗସ୍‌ ଶ୍ରେଣୀଭୁକ୍ତ ହେବ।
ପେନ୍‌ସନ ନିୟମରେ ପରିବର୍ତ୍ତନ
ପହିଲାରୁ କର୍ମଚାରୀ ପେନ୍‌ସନ ସ୍କିମ(ଇପିଏସ୍‌)ରେ ପରିବର୍ତ୍ତନ ହେବ। ଅବସର ନେବାର ୧୫ ବର୍ଷ ପରେ ସମ୍ପୂର୍ଣ୍ଣ ପେନଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ୨୦୦୫ ଏପ୍ରିଲ ପୂର୍ବରୁ ଅବସର ନେଇଥିବା ପ୍ରାୟ ୬ ଲୋକ ଲୋକ ଅଧିକ ପେନଶନ ପାଇବାକୁ ସକ୍ଷମ ହେବେ।
ସ୍ବଚ୍ଛ ଇନ୍ଧନ ଯୋଗାଣ
ଏପ୍ରିଲ ପହିଲାରୁ ସାରା ଦେଶରେ ବିଏସ୍‌-୬ ପେଟ୍ରୋଲ ଡିଜେଲ ଯୋଗାଣ କରାଯିବ। ଏହା ଦ୍ୱାରା ପେଟ୍ରୋଲ ପରିଚାଳିତ କାରଗୁଡିକରେ ନାଇଟ୍ରୋଜେନ ଅକ୍ସାଇଡ ନିର୍ଗମନ ୨୫% କମିବାକୁ ଥିବା ବେଳେ ଡିଜେଲ କାରରେ ୭୦% କମିଯିବ।
ଆୟକରର ବିକଳ୍ପ ସିଷ୍ଟମ
ପହିଲାଠାରୁ ଆୟକରର ୨ ସିଷ୍ଟମ ରହିବ। ପୁରୁଣା ସ୍ଲାବ ସହ ବିକଳ୍ପ ସ୍ଲାବ ମଧ୍ୟ ରହିବ। ଲୋକଙ୍କୁ କୌଣସି ଗୋଟିଏ ସିଷ୍ଟକୁ ବାଛିବାକୁ ହେବ। ବିକଳ୍ପ ସିଷ୍ଟମରେ ଲୋକମାନେ ରିହାତି ନେଇ ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri