ଏପିଲେପ୍‌ସି

ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାରରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର (ଏପିଲେପ୍‌ସି) ଦିବସ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା…

ସୁସ୍ଥ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମସ୍ତିଷ୍କର ସ୍ନାୟୁକୋଷଗୁଡ଼ିକ ନିରନ୍ତର ଭାବରେ ପ୍ରତି ସେକେଣ୍ଡରେ ଅନ୍ତତଃ ୮୦ ଥର ଅନ୍ୟ ସ୍ନାୟୁକୋଷଗୁଡ଼ିକୁ ସ୍ନାୟୁ ସଙ୍କେତମାନ ପ୍ରେରଣ କରିଥାନ୍ତି। ଏଭଳି ଅବସ୍ଥାକୁ ମସ୍ତିଷ୍କ ସହଜରେ ସମ୍ଭାଳିନିଏ। ମାତ୍ର ଏପିଲେପ୍‌ସି ନାମକ ରୋଗରେ ଏହି ସ୍ନାୟୁ ସଙ୍କେତ ପ୍ରେରଣର ସଂଖ୍ୟା ୫୦୦ ଥରରୁ ଅଧିକ ହୋଇଯାଏ। ସ୍ନାୟୁକୋଷଗୁଡ଼ିକର ଏଭଳି ଅସ୍ବାଭାବିକ ଅତ୍ୟଧିକ କ୍ରିୟାଶୀଳତା ଯୋଗୁ ପ୍ରକାଶ ପାଏ ବାତ ମାରିବା କି ମୂର୍ଚ୍ଛା ଚାଲିଯିବା ଭଳି ଲକ୍ଷଣ।
‘ଏପିଲେପ୍‌ସି’ ହେଉଛି ରୋଗଟିର ଡାକ୍ତରୀ ନାମ। ଓଡ଼ିଆ ଭାଷାରେ ଏହାକୁ ‘ଅପସ୍ମାର’ କିମ୍ବା ‘ମୃଗୀ’ ରୋଗ ବୋଲି କହନ୍ତି। ଏହା ଏକ ମସ୍ତିଷ୍କ ରୋଗ। ରୋଗଟି ସବୁ ବୟସର ଯେକୌଣସି ବ୍ୟକ୍ତିକୁ ହୋଇପାରେ। ମାତ୍ର ବେଶି ଆକ୍ରାନ୍ତ କରିଥାଏ ପିଲାମାନଙ୍କୁ।
କାହିଁକି ହୁଏ : ଜନ୍ମ ସମୟରେ ପିଲାର ମସ୍ତିଷ୍କ ପାଇଁ ଅମ୍ଳଜାନ ଅଭାବ ହେଲେ, ଦୁର୍ଘଟଣା ଯୋଗୁ ମସ୍ତିଷ୍କରେ ଆଘାତ ଲାଗିଲେ, ଷ୍ଟ୍ରୋକ୍‌ ହେଲେ ମସ୍ତିଷ୍କରେ ଅର୍ବୁଦ ବା ଟ୍ୟୁମର ଜାତ ହେଲେ ଏବଂ ମସ୍ତିଷ୍କରେ ପ୍ରଦାହ ହେଲେ ଏପିଲେପ୍‌ସିର ଶିକାର ହୋଇପଡ଼ିବା ଭଳି ସମ୍ଭାବନା ସୃଷ୍ଟି ହୁଏ। ମାତ୍ର ଅଧିକାଂଶ କ୍ଷେତ୍ରରେ ରୋଗର କୌଣସି କାରଣ ଠଉରାଇ ହୁଏନାହିଁ। ରୋଗର ମଧ୍ୟ ରହିଛି ବଂଶଗତ ପ୍ରଭାବ।
କ’ଣ ହୁଏ : ସାଧାରଣ ଭାବରେ ରୋଗୀଠାରେ ସର୍ବାଙ୍ଗ ବାତ ମାରି ରୋଗୀ ଅଚେତ ହୋଇପଡ଼େ। ବାତ ମାରିବା ହଠାତ୍‌ ଦେଖାଯାଏ। କାହା କାହା କ୍ଷେତ୍ରରେ ବାତ ମାରିବାର ପୂର୍ବ ସୂଚନା ରୋଗୀକୁ ଜଣାପଡ଼ିଯାଏ, ଯେପରିକି କୌଣସି ଗନ୍ଧର ଉପସ୍ଥିତି ନ ଥାଇ ଅସ୍ବାଭାବିକ ଗନ୍ଧ ବାରିବା, ଶବ୍ଦର ସୂଚନା ନ ଥାଇ ଶବ୍ଦ ଶୁଣିପାରିବା, ଜିଭରେ କୌଣସି ସ୍ବାଦ ଅନୁଭବ କରିବା ଇତ୍ୟାଦି। ବାତ ମାରିବା ବେଳେ ହାତଗୋଡ଼ ନାଠି ହୋଇଯାଇପାରେ। ମନକୁ ମନ ଝାଡ଼ା ପରିସ୍ରା ହୋଇଯାଏ । ଜିଭ ବି କାମୁଡ଼ି ହୋଇଯାଇପାରେ। ବାତ ମାରିବା ଲକ୍ଷଣ ସାଧାରଣତଃ ରହିଥାଏ ଅଳ୍ପ କିଛି ସେକେଣ୍ଡରୁ କିଛି ମିନିଟ ପାଇଁ। ତେବେ ବେଳେବେଳେ ଅତି ଗୁରୁତର ଅବସ୍ଥା ଉପୁଜି ପାଞ୍ଚ ମିନିଟରୁ ବେଶି ସମୟ ବାତ ମାରିବା ଚାଲୁ ରହିପାରେ । କାହା କାହା କ୍ଷେତ୍ରରେ ସର୍ବାଙ୍ଗ ବାତ ପ୍ରକାଶ ନ ପାଇ ରୋଗୀର ମୁଣ୍ଡ, ହାତ ଓ ଗୋଡ଼ରେ ସାମୟିକ ତଥା ଅନିୟମିତ ମୃଦୁ ପେଶୀ ସଙ୍କୋଚନ ପ୍ରକାଶ ପାଏ। କିଛି ସେକେଣ୍ଡ ପାଇଁ ରୋଗୀ ବୋକା ଭଳି ଚାହିଁରହେ। ବାତ ମାରିବା ବନ୍ଦ ହୋଇଯିବା ପରେ ରୋଗୀ ଗାଢ଼ ନିଦରେ ଶୋଇଯାଏ। ବାତ ମାରିବା ସମୟରେ ରୋଗୀ ପଡ଼ିଯାଇ ହାଡ଼ ଭାଙ୍ଗିଯିବା, ମସ୍ତିଷ୍କରେ ଗୁରୁତର ଆଘାତ ପାଇବା, ଗାଧୋଇବା ସମୟରେ ବାତମାରି ରୋଗୀ ଜଳରେ ବୁଡ଼ି ମରିଯିବା, ଦୁଇଚକିଆ କି ଚାରିଚକିଆ ଯାନରେ ଯାତ୍ରା କରୁଥିବା ସମୟରେ ବାତ ମାରିଲେ ରୋଗୀ ଦୁର୍ଘଟଣା ଘଟାଇବା ପରି କୁପରିଣାମ ଉପୁଜିପାରେ। ଏପିଲେପ୍‌ସି ରୋଗ ସମ୍ବନ୍ଧରେ ଜନସାଧାରଣଙ୍କ ମନ ଭିତରେ ରହିଛି ଅନେକ ଭୁଲ୍‌ ଧାରଣା। ସେଥିପାଇଁ ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କୁ ଅନେକ ସମୟରେ ହେୟଜ୍ଞାନ କରାଯାଇଥାଏ। ସେମାନଙ୍କୁ ଚାକିରି ଦେବା ପାଇଁ ବହୁ ସଂସ୍ଥା କୁଣ୍ଠିତ ହୋଇଥାନ୍ତି। ମାତ୍ର ଏଭଳି ପାତରଅନ୍ତର ଆଦୌ ବାଞ୍ଛନୀୟ ନୁହେଁ କି ବିଜ୍ଞାନସମ୍ମତ ମଧ୍ୟ ନୁହେଁ। ଏପିଲେପ୍‌ସି ରୋଗ ବିଷୟରେ ଭ୍ରାନ୍ତଧାରଣାକୁ ଦୂରକରିବା ଓ ରୋଗ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର ଦିନ ପାଳିତ ହୋଇଥାଏ ‘ଇଣ୍ଟରନ୍ୟାଶନାଲ ଏପିଲେପ୍‌ସି ଡେ’ ବା ‘ଅନ୍ତର୍ଜାତୀୟ ଅପସ୍ମାର ଦିବସ’।
ନିର୍ଣ୍ଣୟ, ଚିିକିତ୍ସା : ଏହି ରୋଗ ନିର୍ଣ୍ଣୟ ପାଇଁ ରକ୍ତ ପରୀକ୍ଷା, ଇଇଜି ପରୀକ୍ଷା, ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ତଥା ପେଟ ସ୍କାନ୍‌ ଭଳି ପରୀକ୍ଷାର ଆବଶ୍ୟକତା ପଡ଼େ। ବାତ ମାରିବା ବନ୍ଦ କରିପାରୁଥିବା ଔଷଧ ଦେଇ ରୋଗୀର ଚିକିତ୍ସା କରାଯାଏ। ଅନ୍ୟପକ୍ଷରେ ନୂଆଦିଲ୍ଳୀସ୍ଥିତ ଅଲଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ(ଏମ୍‌ସ)ର ସ୍ନାୟୁଶଲ୍ୟ ବିଭାଗର ପ୍ରଫେସର ଭାବରେ କାର୍ଯ୍ୟରତ ଡା. ମମତା ଭୂଷଣ ସିଂ ‘ଲାଇଫ ଲାଇନ୍‌ ଏକ୍ସପ୍ରେସ’ ନାମକ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ସ୍ବତନ୍ତ୍ର ଏପିଲେପ୍‌ସି କ୍ଲିନିକ ଖୋଲି ଏପରି ରୋଗୀଙ୍କର ମାଗଣା ଚିକିତ୍ସା କରିବା ସହ ଏ ନେଇ ଜନସଚେତନତା ସୃଷ୍ଟି କରୁଛନ୍ତି।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬, ୧୧୩୧,
ଅଭିନବ ବିଡ଼ାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri