ଏପରି ସଜାନ୍ତୁ ଡ୍ରଇଂ ରୁମ୍‌

ଡ୍ରଇଂରୁମ୍‌ର ସାଜସଜ୍ଜା ଆପଣଙ୍କ ସମ୍ପୂର୍ଣ୍ଣ ଘର ସହିତ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଡ୍ରଇଂରୁମ୍‌ କିପରି ସଜାଇବେ ଜାଣିରଖନ୍ତୁ ଟିପ୍ସ..

ସବର୍ବପ୍ରଥମେ ଏକ ଗ୍ରାଫ୍‌ ପ୍ରସ୍ତୁତକରି ଡ୍ରଇଂରୁମ୍‌ର କେଉଁ ସ୍ଥାନରେ କ’ଣ ରହିବ ପ୍ଲାନ୍‌ କରନ୍ତୁ। ଫର୍ନିଚର, ଟିଭି ଏବଂ ଅନ୍ୟାନ୍ୟ ଡେକୋରେଟିଭ୍‌ ସାମଗ୍ରୀକୁ ଏପରି ସଜାନ୍ତୁ ଯେପରି ସେସବୁ ନା କେବଳ ସୁନ୍ଦର ଦେଖାଯିବ ବରଂ ଚଲାବୁଲା କରିବା ସମୟରେ ଆପଣଙ୍କ ସଂସ୍ପର୍ଶରେ ଆସିବ ନାହିଁ।
ଡ୍ରଂଇରୁମ୍‌କୁ ଆକର୍ଷଣୀୟ କରିବା ଲାଗି ଏହାର ଲାଇଟ୍‌ ବ୍ୟବସ୍ଥା ପ୍ରତି ପ୍ରଥମେ ଗୁରୁତ୍ୱ ଦିଅନ୍ତୁ। ସୁବିଧା ଥିଲେ ଝରକା କିମ୍ବା ଟ୍ରାନ୍ସପରେଣ୍ଟ ଗ୍ଲାସ୍‌ ଲଗାନ୍ତୁ, ଯେପରି ଡ୍ରଇଂରୁମ୍‌କୁ ବାହାର ଲାଇଟ୍‌ ଆସିପାରିବ। ଯଦି ଏପରି ସୁବିଧା ନାହିଁ, ତେବେ ଭଲ ଲାଇଟ୍‌ ଲଗାନ୍ତୁ। ଫଲ୍ସ ସିଲିଂ କରି କଲରଫୁଲ୍‌ ଲାଇଟ୍‌ ବ୍ୟବସ୍ଥା କଲେ ଡ୍ରଇଂରୁମ୍‌ ଅଧିକ ଆକର୍ଷଣୀୟ ଲାଗିବ।
ଡ୍ରଂଇରୁମ୍‌ ସଜାଇବା ଲାଗି ଫୁଲଦାନୀ ବାଛୁଥିଲେ ମନେରଖନ୍ତୁ, ମଲ୍ଟି କଲର ଫୁଲ ସହ ପତ୍ର ମଲ୍ଟିକଲର ନ ରଖି କେବଳ ଗ୍ରୀନ୍‌ ହିଁ ରଖିଲେ ଅଧିକ ଆଇକ୍ୟାଚି ଲାଗିବ। ଯଦି ସିଙ୍ଗଲ କଲର ଫୁଲ ରଖୁଛନ୍ତି ତେବେ ମଲ୍ଟି କଲର ପତ୍ର ରଖିପାରିବେ।
ବିଭିନ୍ନ ଶୋ ପିସ୍‌, ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌ ଆଦି ଡ୍ରଇଂରୁମ୍‌ର ଶୋଭା ବଢ଼ାଇଥାଏ। ହେଲେ ଆବଶ୍ୟକରୁ ଅଧିକ ରଖିବା ଦ୍ୱାରା ଜାକି ହେବା ଭଳି ଲାଗିଥାଏ। ତେଣୁ ଡ୍ରଇଂରୁମ୍‌କୁ ଯେତେ ଖୋଲା ରଖିବେ ସେତେ ସୁନ୍ଦର ଲାଗିବ। ଯଦି ଡ୍ରଇଂରୁମ୍‌ ବଡ଼ ତେବେ ଆପଣ ଚାହିଁଲେ ଶୋ’କେସ୍‌ ରଖି ସେଥିରେ ବିଭିନ୍ନ ପ୍ରକାର ସାଜସଜ୍ଜା ସାମଗ୍ରୀ ରଖିପାରିବେ।
ଡ୍ରଂଇରୁମ୍‌କୁ ସୁନ୍ଦର କରିବା ଲାଗି ଏହାର ପରଦାଗୁଡ଼ିକ ମଧ୍ୟ ମୁଖ୍ୟ ଭୂମିକା ବହନ କରିଥାଏ। ତେଣୁ ରୁମ୍‌ କାନ୍ଥର କଲର ସହ କଣ୍ଟ୍ରାଷ୍ଟ ଲୁକ୍‌ ଦେବା ଭଳି ପରଦା ବାଛନ୍ତୁ। ତେବେ ତାହା ଫର୍ନିଚର ସହ ସାମଞ୍ଜସ୍ୟ ରହିଲେ ଅଧିକ ଆକର୍ଷଣୀୟ ଲାଗିବ।
ସୁନ୍ଦର  କାର୍ପେଟ୍‌ ମଧ୍ୟ ଡ୍ରଇଂରୁମ୍‌ର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ଆପଣ ଚାହିଁଲେ ରୁମ୍‌ର ସ୍ପେସ୍‌ ଅନୁଯାୟୀ ଓ୍ବାଲ୍‌ ଟୁ ଓ୍ବାଲ୍‌ କିମ୍ବା କେବଳ ସେଣ୍ଟର ଟେବୁଲ ତଳେ ଛୋଟ କିମ୍ବା ବଡ଼ କାର୍ପେଟ୍‌ ଆଣି ପକାଇପାରିବେ।

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri