ଏପରି ପଥର ଯାହା କ୍ଷୀରକୁ କରେ ଦହି…

ରାଜସ୍ଥାନ ଜୈସଲମେର ଠାରୁ ୫୦ କିଲୋମିଟର ଦୂର ହାବୁର ଗାଁରେ ଏକ ପ୍ରକାର ପଥର ମିଳିଥାଏ। ପଥରକୁ କ୍ଷୀରରେ ପକାଇଲେ କିଛି ସମୟ ମଧ୍ୟରେ ଏହା ଦହିରେ ପରିଣତ ହୋଇଯାଏ। ଗାଁ ଲୋକେ ଦହି ପ୍ରସ୍ତୁତି ପାଇଁ ଏହି ପଥରର ବ୍ୟବହାର କରିଥାନ୍ତି। ଏହି ପଥରକୁ ସ୍ଥାନୀୟ ଭାଷାରେ ‘ହାବୁରିଆ ଭାଟା’ ବୋଲି କୁହାଯାଇଥାଏ। ତେବେ ବିଜ୍ଞାନ ଅନୁସାରେ ଏହି ପଥରରେ ଆମିନୋ ଏସିଡ୍‌, ଫିନାଏଲ ଏଲନିୟା, ରିଫ୍ଟାମେନ୍‌ ଟାୟୋରସିନ୍‌ ଆଦି ରାସାୟନିକ ପଦାର୍ଥ ରହିଥାଏ। ଯାହାକି କ୍ଷୀରକୁ ଦହିରେ ପରିଣତ କରେ। ତେଣୁ ଏହି ପଥରରେ ନିର୍ମିତ ପାତ୍ରରେ କ୍ଷୀର କିଛି ସମୟ ରଖିଲେ ତାହା ଦହି ପାଲଟି ଯାଏ।

Share