ଏପରି ଚାକିରି ଯେଉଁଠି ଶୋଇଲେ ମିଳେ ଦରମା ୧୩ ଲକ୍ଷ…

ନାସା ପକ୍ଷରୁ କେତେକ ସମୟରେ ଏକ ଚାକିରୀର ବିଜ୍ଞାପନ ଦିଆଯାଇଥାଏ। ଏଥିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ। ନାସା ଏଭଳି ବ୍ୟକ୍ତିଙ୍କୁ ୧୯ହଜାର ଡଲାର ଅର୍ଥାତ୍‌ ୧୩ ଲକ୍ଷ ୪୨ ହଜାର ୫ ଶହ ୨୧ ଟଙ୍କା ଦରମା ଦେଇଥାଏ। ମହାକାଶରେ ଯାତ୍ରା ସମୟରେ ମାନବ ଶରୀର ଉପରେ କିଭଳି ପ୍ରଭାବ ପଡ଼ିଥାଏ ତାହାର ପରୀକ୍ଷଣ କରିବା ପାଇଁ ନାସା ପକ୍ଷରୁ ଯୋଗ୍ୟ ବ୍ୟକ୍ତିଙ୍କଠାରୁ ଆବେଦନ ଆହ୍ବାନ କରାଯାଇଥାଏ। ଦୁଇମାସ ୧୦ଦିନର ଏହି ଅସ୍ଥାୟୀ ଚାକିରୀ ପାଇଁ କେବଳ ଶୋଇବା ପାଇଁ ଏହି ପାରିଶ୍ରମିକ ମିଳିଥାଏ। ଚୟନ ହୋଇଥିବା ବ୍ୟକ୍ତିିଙ୍କୁ ଅଫିସ୍‌ ସମୟରେ ଦିନ ୧୦ଟାଠାରୁ ୫ ପର୍ଯ୍ୟନ୍ତ ନାସାର ଗବେଷଣାଗାରରେ ଏକ ଘୂର୍ଣ୍ଣାୟମାନ ଖଟରେ ଶୋଇବାକୁ ପଡ଼ିଥାଏ। ନାସା ପକ୍ଷରୁ ଏଭଳି ୨୪ ଜଣ ଲୋକଙ୍କୁ ଚୟନ କରାଯାଇଥାଏ। ସେମାନଙ୍କ ମଧ୍ୟରେ ୧୨ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ରହିଥାନ୍ତି।

Share