ଏପରି ଅଞ୍ଚଳ ଯେଉଁଠିକୁ ବରଯାତ୍ରୀ ଆସିବାକୁ କରନ୍ତି ଭୟ…

ବିବାହ ନେଇ ଯୁବତୀ ଯୁବକଙ୍କ ମନରେ ଥାଏ ଅସୁମାରୀ ସ୍ବପ୍ନ। ତେବେ ବିହାର ଭୋଜପୁରରେ ଯୁବତୀ ଯୁବକମାନେ ବିବାହ ବୟସ ହେଲେ ମଧ୍ୟ ବିବାହ କରିପାରୁ ନାହାଁନ୍ତି। ସେମାନଙ୍କର ବିବାହରେ ବାଧକ ସାଜିଛନ୍ତି ଏହି ଅଞ୍ଚଳରେ ଥିବା ମାଙ୍କଡ଼। ଏଠାରେ ମାଙ୍କଡ଼ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେମାନେ ଲୋକଙ୍କ ଘରଦ୍ୱାରା ସବୁଠାରେ ବୁଲୁଛନ୍ତି। ଏଠାରେ କୌଣସି ପୂଜାପାଠ କିମ୍ବା ଉତ୍ସବରେ ଫିଙ୍ଗା ଫୋଫଡ଼ା, ଭଙ୍ଗାରୁଜା ଆଦି ମାଙ୍କଡ଼ କରିଥାନ୍ତି। ଫଳରେ ଏହି ଅଞ୍ଚଳରେ କନ୍ୟାଘରକୁ ବରଯାତ୍ରୀ ଆସିବାକୁ ଭୟ କରୁଛନ୍ତି। ବରପକ୍ଷ ତଥା କନ୍ୟାପକ୍ଷ ବିବାହ ଉତ୍ସବ ଆୟୋଜନ ଲାଗି ଅରାଜି ହେଉଛନ୍ତି। ଏହାଦ୍ୱାରା ବୟସ ଗଡ଼ିଗଲେ ମଧ୍ୟ ଅନେକ ଯୁବତୀ ଯୁବକ ବିବାହ ନ କରି ପାରି ଅବିବାହିତ ରହି ଯାଉଛନ୍ତି। ପ୍ରଶାସନ ପକ୍ଷରୁ ମାଙ୍କଡ଼ଧରା କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲେ ମଧ୍ୟ ଏତେ ସଂଖ୍ୟକ ମାଙ୍କଡ଼ଙ୍କୁ ଧରିବା କଷ୍ଟକର ହୋଇପଡୁଛି।

Share