ଏନ୍‌ପିଏ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିବ

ମୁମ୍ବାଇ,୨୭।୫: ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର ଗତି ଧୀମା ହୋଇଥିବା ବେଳେ ବ୍ୟାଙ୍କଗୁଡ଼ିକରେ ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ) ବଢ଼ିବାର ଆଶଙ୍କା କରାଯାଇଛି। କରୋନା ପାଇଁ ଚଳିତ ଆର୍ଥତ୍କ ବର୍ଷରେ ଏନ୍‌ପିଏ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। କର୍ପୋରେଟ ସେକ୍ଟରରେ ୩.୪ ଲକ୍ଷ କୋଟି ଟଙ୍କା ଏବଂ ଅଣ କର୍ପୋରେଟ ସେକ୍ଟରଗୁଡ଼ିକରେ ୨.୧ ଲକ୍ଷ କୋଟି ଟଙ୍କା ଏନ୍‌ପିଏ ବଢ଼ିବା ନେଇ ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି। କୋଭିଡ୍‌ ଯୋଗୁ ବର୍ତ୍ତମାନ ଚାହିଦା ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଛି। କମ୍ପାନୀଗୁଡିକର ରାଜସ୍ବ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କର୍ପୋରେଟ ଋଣ ବାଦ୍‌ ଅଣ କର୍ପୋରେଟ ସେଗ୍‌ମେଣ୍ଟରେ କୃଷି, ରିଟେଲ ଏବଂ ଏମ୍‌ଏସ୍‌ଏମ୍‌ଇ ଋଣ ସାମିଲ ରହିଛି। କମ୍ପାନୀଗୁଡ଼ିକର କାରବାରରେ ପ୍ରଭାବ ଆସିଥିବାରୁ ଋଣ ପଇଠ କ୍ଷେତ୍ରରେ ଏହାର ପ୍ରଭାବ ରହିବ। କୋଭିଡ୍‌ର ପ୍ରଭାବ ବଜାର ଉପରେ ଦୀର୍ଘମିଆଦୀ ଭାବେ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ଯୋଗାଣ ଚେନ୍‌ ପ୍ରଭାବିତ ରହିଥିବା ବେଳେ ଚାହିଦା ନ ଥିବାରୁ କମ୍ପାନୀଗୁଡିକ ବର୍ତ୍ତମାନ ଟ୍ରାକ୍‌କୁ ଆସି ପାରିନାହାନ୍ତି। କମ୍ପାନୀଗୁଡିକୁ ପ୍ରଦାନ କରାଯାଇଥିବା ଋଣକୁ ବ୍ୟବସ୍ଥିତ କରିବା ଦିଗରେ ବ୍ୟାଙ୍କଗୁଡିକ ସମସ୍ୟା ସାମ୍ନା କରୁଛନ୍ତି। ଏପଟେ ବଜାର ସ୍ଥିତି ଠିକ୍‌ ନ ରହିବା ଯୋଗୁ କମ୍ପାନୀଗୁଡିକ ଉପରେ ଚାପ ପଡୁଛି। ଅନ୍ୟପକ୍ଷରେ ବ୍ୟାଙ୍କ ଉପରେ ଚାପ ରହିଲେ ଏହା ଋଣ ପ୍ରଦାନକୁ ମଧ୍ୟ ପ୍ରଭାବିତ କରିବ। ୨୦୨୦-୨୧ରେ ବ୍ୟାଙ୍କଗୁଡିକ ପ୍ରାୟ ୩୦ରୁ ୫୦ ହଜାର କୋଟି ଟଙ୍କା ପୁଞ୍ଜି ଆବଶ୍ୟକ କରିବେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri