Categories: ଜାତୀୟ

ଏନ୍‌ଡିଏ ସହ ମିଶି ୨ଶହ ବିଧାନସଭା ଆସନରେ ଜିତିବ ଜେଡିୟୁ: ନୀତୀଶ

ପାଟନା,୧।୩: ବିହାର ବିଧାନସଭା ନିର୍ବାଚନ ଚଳିତ ବର୍ଷ ହେବାକୁ ଯାଉଛି। ଏବେଠାରୁ ଏହାକୁ ନେଇ ରାଜନୀତି ହେଲାଣି ସରଗରମ। ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଜନ୍ମଦିନ ଅବସରରେ ପାଟନାର ଗାନ୍ଧୀ ମଇଦାନରୁ ଜନସଭାର ଶୁଭାରମ୍ଭ କରିଛନ୍ତି। ଏହି ଜନସଭାରେ ଉଦ୍‌ବୋଧନ ଦେବା ସମୟରେ ସେ ସ୍ପଷ୍ଟ କରିଛନ୍ତି କି ଏଥର ବିହାର ବିଧାନସଭା ନିର୍ବାଚନ ଜେଡିୟୁ, ଭାରତୀୟ ଜନତା ପାର୍ଟି(ଭାଜପା) ସହ ମିଶି ଲଢିବ। ଆଉ ଏଥିରେ ୨୦୦ ଆସନରେ ବିଜୟ ଲାଭ କରିବ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଆର୍‌ଜେଡି ଓ କଂଗ୍ରେସ ସଂଖ୍ୟାଲଘୁଙ୍କ ଭୋଟ ହାତେଇଲେ ହେଲେ ଆମେ ସେମାନଙ୍କ ପାଇଁ କାମ କଲୁ। ଏବେ ବିବାହରରେ ସଂଖ୍ୟାଲଘୁ ସୁରକ୍ଷିତ ଅଛନ୍ତି ତେଣୁ ପୁଣିଥରେ ବିହାରରେ ତାଙ୍କ ସରକାର ଶାସନ କରିବ ବୋଲି ନୀତୀଶ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Share