Categories: ଜାତୀୟ

ଏନ୍‌ଡିଏ କି ୟୁପିଏକୁ ମିଳିବନି ସଂଖ୍ୟାଗରିଷ୍ଠତା :ଦେବେଗୌଡ଼ାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୭ା୪(ପି.ଟି.): ଏଥର କେନ୍ଦ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) କିମ୍ବା ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସଂଖ୍ୟାଗରିଷ୍ଠତା ହାସଲ କରିପାରିବେ ନାହିଁ। ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀ ଏବଂ ବିଏସ୍‌ପି ସୁପ୍ରିମୋ ମାୟାବତୀ ଏକାଠି ହେବେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି. ଦେବେଗେୌଡ଼ା ଭବିଷ୍ୟବାଣୀ କରିଛନ୍ତି।
ଟୁମୁକୁରୁ ଆସନରେ ପ୍ରଚାର ବେଳେ ଜେଡିଏସ୍‌ ମୁଖ୍ୟ ଦେବେଗୌଡ଼ା କହିଛନ୍ତି, ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଫେରୁନାହାନ୍ତି। ଏନ୍‌ଡିଏ କିମ୍ବା ୟୁପିଏକୁ ସ୍ପଷ୍ଟ ଜନାଦେଶ ମିଳିବ ନାହିଁ। ନିର୍ବାଚନ ପରେ ସବୁ ବିରୋଧୀ ଦଳ ଏକାଠି ହେବେ। ମାୟାବତୀ କଂଗ୍ରେସ କିମ୍ବା ଭାଜପା ସହ ଯାଉନାହାନ୍ତି। ମମତା ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଉଛନ୍ତି। ଭୋଟ ସରିଲେ ସେମାନଙ୍କୁ ଏକାଠି କରାଯିବ। ଏହା ସମ୍ଭବ ହେଲେ ମେଣ୍ଟ ସଫଳ ହେବ।

Share