ନୂଆଦିଲ୍ଲୀ, ୧୮।୪(ପି.ଟି.)- ଦେଶରେ ଥିବା ସବୁ ଜାତୀୟ କ୍ରୀଡ଼ା ଫେଡେରେଶନ (ଏନ୍ଏସ୍ଏଫ୍) ପରିଚାଳନାରେ ସରକାର ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏନ୍ଏସ୍ଏଫ୍ଗୁଡିକର ସ୍ବାୟତ୍ତତା ପୂର୍ବପରି ବଜାୟ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏନ୍ଏସ୍ଏଫ୍ଗୁଡିକର ପରିଚାଳନାରେ କ୍ରୀଡ଼ା ମନ୍ତ୍ରଣାଳୟ ଅଯଥାରେ ହସ୍ତକ୍ଷେପ ବା ପ୍ରଭାବିତ କରିବାକୁ ପ୍ରୟାସ କରୁଛି ବୋଲି ଭାରତୀୟ ଅଲିମ୍ପିକ୍ ଆସୋସିଏଶନ (ଆଇଓଏ) ଅଧ୍ୟକ୍ଷ ନରିନ୍ଦର ବାତ୍ରା ଅଭିଯୋଗ ଆଣିବା ପରେ ରିଜିଜୁ ଏହି କଥା କହିଛନ୍ତି। ଗଣମାଧ୍ୟମଗୁଡିକରେ ମଧ୍ୟ ଏ ନେଇ ଖବର ପ୍ରକାଶିତ ହୋଇଥିଲା ଓ ଏ ନେଇ ଅବଗତ ହୋଇଥିଲି। ଯେ କୌଣସି ପରିସ୍ଥିତି ଓ ମୂଲ୍ୟରେ ଏନ୍ଏସ୍ଏଫ୍ ଗୁଡ଼ିକର ପରିଚାଳନାରେ କୌଣସି ହସ୍ତକ୍ଷେପ କରାଯିବ ନାହିଁ। ଏନ୍ଏସ୍ଏଫ୍ଗୁଡିକରେ ନ୍ୟାଶନାଲ ସ୍ପୋଟର୍ସ କୋଡ ଓ ଗୁଡ୍ ଗଭରନାନ୍ସ ରହିଛି। ଏଥିରେ ମଧ୍ୟ ନିରପେକ୍ଷତା ଓ ପାରଦର୍ଶିତା ରହିଛି। ଏନ୍ଏସ୍ଏଫ୍ଗୁଡିକୁ ଆବଶ୍ୟକ ସାହାଯ୍ୟ ଓ ସହଯୋଗ କରିବାକୁ ସରକାର ବଦ୍ଧପରିକର ଅଛନ୍ତି। ତେବେ କ୍ରୀଡ଼ାର ପ୍ରଚାର ଓ ପ୍ରସାର ସହିତ ଆମ ଆଥ୍ଲେଟମାନଙ୍କ ହିତସାଧନରେ କୌଣସି ବୁଝାମଣା କରାଯିବ ନାହିଁ ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି।
ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଦ୍ୱାରା ଏନ୍ଏସ୍ଏଫ୍ର ଟାର୍ଗେଟ ଅଲିମ୍ପିକ୍ ପୋଡିୟମ (ଟପ୍ସ) ସ୍କିମ୍ ପରିଚାଳନାରେ ମନ୍ତ୍ରଣାଳୟ ହସ୍ତକ୍ଷେପ କରିବା ନେଇ ବାତ୍ର ଅଭିଯୋଗ ଆଣିଥିଲେ ଓ ଏହା ବିବାଦ ସୃଷ୍ଟି କରିଥିଲା। ତେବେ ମନ୍ତ୍ରଣାଳୟ, ଆଇଓଏ ଓ ଏନ୍ଏସ୍ଏଫ୍ଗୁଡିକର ଏକ ସାଧାରଣ ଲକ୍ଷ୍ୟ ରହିଛି। ଦେଶରେ ଏକ ସୁସ୍ଥ ତଥା ଉନ୍ନତ କ୍ରୀଡ଼ା ପରମ୍ପରା ସ୍ଥାପନ କରିବା ଓ ସର୍ବୋପରି ଭାରତକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ହେଉଛି ଆମର ମୂଳ ଲକ୍ଷ୍ୟ ବୋଲି ରିଜିଜୁ କହି ଏହି ବିବାଦକୁ ଟାଳିଛନ୍ତି। ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ଉପରେ କାର୍ଯ୍ୟକରିବାର ଆବଶ୍ୟକତା ଉପରେ ରିଜିଜୁ ଗୁରୁତ୍ୱାରୋପ କରିଛନ୍ତି। ତେବେ ଏଥିପାଇଁ ଭିତ୍ତିଭୂମି, ଖାଦ୍ୟପେୟ, ବଡ଼ବଡ଼ ପ୍ରତିଯୋଗିତାର ଆୟୋଜନ କରିବାର ଆବଶ୍ୟକତା ରହିଛି। ଏହା ହୋଇପାରିଲେ ୨୦୨୮ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ ୧୦ରେ ରହିପାରିବ ବୋଲି ରିଜିଜୁ କହିଛନ୍ତି।
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ: ଚାଲିଗଲା ୨୪ ଜୀବନ
କିଭ୍,୧ା୧ରୁଷିଆ ଅଧିକୃତ ଖେର୍ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...
Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ
ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ
ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...
ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…
ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...
Archives


