‘ଏନ୍‌ଆର୍‌ସି ନୁହେଁ ଏନ୍‌ଆର୍‌ୟୁ ଆବଶ୍ୟକ’

ପୁରୀ ଅଫିସ, ୩୦ା୧: ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଶକ୍ତିି ଆଜି ଦିଶାହୀନ ହୋଇ ବୁଲୁଛନ୍ତି। ଦେଶରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢି ଚାଲିଛି। ଗତ ୪୫ବର୍ଷ ତୁଳନାରେ ବେକାରୀ ହାର ସର୍ବାଧିକ ରହିଛି। ପ୍ରତିବର୍ଷ ୨ଲକ୍ଷ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ଯୁବସମାଜକୁ ପ୍ରତାରିତ କରିଛନ୍ତି। ନିଯୁକ୍ତି ହାର ହ୍ରାସ ପାଇବାରେ ଲାଗିଛି। କେନ୍ଦ୍ର ସରକାର ଯୁବ ସମାଜକୁ ରୋଜଗାର ଦେଇପାରୁ ନ ଥିବା ବେଳେ ଧର୍ମ ଆଳରେ ନ୍ୟାଶନାଲ ରେଜିଷ୍ଟ୍ରାର ଅଫ୍‌ ସିଟିଜେନଶିପ୍‌ (ଏନ୍‌ଆର୍‌ସି) ପଛରେ ପଡ଼ିିଛନ୍ତି। ନାଗରିକତା ସଂଶୋଧନ ଆଇନ (ସିଏଏ), ଏନ୍‌ଆର୍‌ସି ଆଳରେ ଅରାଜକତା ସୃଷ୍ଟି କରୁଛନ୍ତି। ଏହାକୁ ଯୁବ କଂଗ୍ରେସ ତୀବ୍ର ବିରୋଧ କରୁଛି। ଏ ନେଇ ଭାରତୀୟ ଯୁବ କଂଗ୍ରେସ ନ୍ୟାଶନାଲ ରେଜିଷ୍ଟ୍ରାର ଅଫ ଅନ୍‌ଏମ୍ପ୍ଲୋୟମେଣ୍ଟ (ଏନ୍‌ଆର୍‌ୟୁ) ପ୍ରଚାର ଅଭିଯାନ ଆରମ୍ଭ କରିଛି। ଦେଶରେ ଏନ୍‌ଆର୍‌ସି ନୁହେଁ ଏନ୍‌ଆର୍‌ୟୁ ଆବଶ୍ୟକ ବୋଲି ବୁଧବାର ପୁରୀ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଆଇସିସି ସଦସ୍ୟ ସୁଜିତ ମହାପାତ୍ର କହିଛନ୍ତି।
ସେ କହିଛନ୍ତି, ଏକ ସର୍ଭେ ଅନୁସାରେ ଦେଶରେ ୪୧ ପ୍ରତିଶତ ଡିଗ୍ରୀଧାରୀ ଯୁବତୀ ଯୁବକ ବେକାର ଅଛନ୍ତି। ଶିକ୍ଷା ବ୍ୟବସ୍ଥା ଭୁଶୁୁଡ଼ିି ପଡ଼ିିଛି। ସିଏମ୍‌ଆଇଇ ସର୍ବେକ୍ଷଣ ଅନୁଯାୟୀ, ଦେଶରେ ଗତ ୫ବର୍ଷରେ ୫ କୋଟି ଯୁବତୀ ଯୁବକ ବେରୋଜଗାର ଅଟନ୍ତି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ମୁତାବକ, ୨୦୧୭-୧୮ରେ ଦେଶରେ ବେରୋଜଗାରୀଙ୍କ ଆତ୍ମହତ୍ୟା କୃଷକଙ୍କ ଆତ୍ମହତ୍ୟାଠାରୁ ଅଧିକ। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଯୋଗୁ ଲକ୍ଷାଧିକ ବ୍ୟକ୍ତି ରୋଜଗାର ହରାଇଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ ଶିକ୍ଷିତ ଯୁବକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। ଯୁବ କଂଗ୍ରେସ ଏ ନେଇ ସଚେତନତା ପାଇଁ ଅଭିଯାନ ଆରମ୍ଭ କରିଛି। ଗ୍ରାମପଞ୍ଚାୟତରୁ ଜିଲାସ୍ତର ପର୍ଯ୍ୟନ୍ତ ବେକାର ଯୁବତୀ ଯୁବକଙ୍କ ମତାମତ ସଂଗ୍ରହ କରାଯିବ। ଯୁବ କଂଗ୍ରେସ ପକ୍ଷରୁ ଜାରି ଟୋଲ୍‌ ଫ୍ରି ନମ୍ବର ୮୧୫୧୯୯୪୪୧୧ରେ ମିସ୍‌କଲ୍‌ ଦେଇ ନିଜ ନାମ ପଞ୍ଜୀକରଣ କରାଯାଇପାରିବ। ଏହି ଖବରଦାତା ସମ୍ମିିଳନୀରେ ଲୋକ ସଭା ଯୁବ କଂଗ୍ରେସ ସଭାପତି ଇଂ. ଶେଖ ସଫିକ୍‌ଉଦ୍ଦିନ, ଲୋକସଭା ଯୁବ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିଶ୍ୱନାଥ ଦାଶ, ପୁରୀ ବିଧାନସଭା କଂଗ୍ରେସ କମିଟି ସଭାପତି ପ୍ରେମଜିତ୍‌ ମହାନ୍ତି, ଲୋକସଭା ଯୁବ କଂଗ୍ରେସ କମିଟି ଉପସଭାପତି ସ୍ମୃତିରଞ୍ଜନ ପତି, ଅବିନାଶ ମିଶ୍ର, ଚନ୍ଦ୍ରଶେଖର କର, ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ବିଶ୍ୱରଞ୍ଜନ ମହାପାତ୍ର ଏବଂ ସର୍ବେଶ୍ୱର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri