Categories: ଜାତୀୟ

ଏନ୍‌ଆର୍‌ସି ତାଲିକାରୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ସନାଉଲାଙ୍କ ନାମ ପୁଣି ବାଦ ପଡ଼ିଲା

ଗୁଆହାଟୀ,୩୧।୮: ରାଷ୍ଟ୍ରପ୍ରତି ସମ୍ମାନରେ ସମ୍ମାନିତ ଭାରତୀୟ ସେନାର ଅବସରପ୍ରାପ୍ତ ଜୁନିୟର କମିଶନଡ୍‌ ଅଫିସର ମହମ୍ମଦ ସନାଉଲାଙ୍କ ନାମ ସଦ୍ୟ ପ୍ରକାଶିତ ଆସାମ ଏନ୍‌ଆର୍‌ସି ତାଲିକାରେ ନାହିଁ। ପୂର୍ବରୁ ତାଙ୍କ ନାମ ଏଥିରୁ ବାଦ୍‌ ପଡ଼ିଥିଲା। ତାଲିକାରେ ତାଙ୍କ ସ୍ତ୍ରୀଙ୍କ ନାମ ଥିବାବେଳେ ସନାଉଲା ଏବଂ ୨ ଝିଅ ତଥା ଜଣେ ପୁଅଙ୍କ ନାମ ନାହିଁ। କାରଗିଲ୍‌ ଯୁଦ୍ଧରେ ଉଲ୍ଲେଖନୀୟ ଅବଦାନ ପାଇଁ ସନାଉଲାଙ୍କୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଲିକାରୁ ନାମ ବାଦ୍‌ ପଡ଼ିବା ପରେ ସେ କାମରୂପ ବିଦେଶୀ ନ୍ୟାୟାଧିକରଣରେ ଆବେଦନ କରିଥିଲେ। ୨୦୦୮ରେ ତାଙ୍କ ନାମରେ ଏନେଇ ମାମଲା ଦାଏର ହୋଇଥିଲା।

Share