Categories: ଜାତୀୟ

ଏନ୍‌ଆର୍‌ସି ତାଲିକାରୁ ବାଦ୍‌ ପଡିଥିବା ଲୋକଙ୍କ ପାଇଁ ନିର୍ମାଣ ହେଲା ଡିଟେନଶନ ସେଣ୍ଟର

ଗୁଆହାଟି,୧୪।୯: ଆସାମର ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜନ(ଏନ୍‌ଆର୍‌ସି) ତାଲିକାରୁ ପ୍ରାୟ ୧୯ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ହେଲେ ଏମାନଙ୍କୁ ତୁରନ୍ତ ବିଦେଶୀ ଘୋଷିତ ନ କରାଯାଇ ଏଥିପାଇଁ କିଛି ସମୟ ଦିଆଯାଇଛି। ହେଲେ ଏହାପରେ ଯେଉଁମାନଙ୍କୁ ବିଦେଶୀ ଘୋଷଣା କରାଯିବ ସେମାନଙ୍କ ପାଇଁ ଆସାମର ଗୋଲପାଡାରେ ସବୁଠାରୁ ବଡ ଡିଟେନଶନ ସେଣ୍ଟର ତିଆରି କରାଯାଉଛି। ଏଥିପାଇଁ ପ୍ରାୟ ୪୬ କୋଟି ଟଙ୍କା ଖର୍ଚ୍ଚ ହେବ। ଆଉ ଏଠାରେ ପାଖାପାଖି ୩ ହଜାର ଲୋକ ରହିବାର ବ୍ୟବସ୍ଥା ରହିଛି। ଗତବର୍ଷ ଡିସେମ୍ବରରେ ଏହା ଆରମ୍ଭ କରାଯାଇଥିବା ବେଳେ ଚଳିତ ବର୍ଷ ଡିସେମ୍ବରରେ ଏହା ସମ୍ପୁର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ପୁଣିଥରେ ଏନ୍‌ଆର୍‌ସି ତୁଡାନ୍ତ ତାଲିକା ପ୍ରକାଶ ପାଇବାର ଅଛି ଆଉ ଏହା ଅନ୍‌ ଲାଇନରେ ଉପଲବ୍ଧ ହେବ ବୋଲି ଜଣାପଡିଛି।

Share