Categories: ଜାତୀୟ

ଏନ୍‌ଆର୍‌ସି ଚୁଡାନ୍ତ ତାଲିକାରେ ନାଁ ନ ଥିବାରୁ ଜୀବନ ହାରିଲେ ମହିଳା

ଗୁଆହାଟି,୧।୯: ଆସାମର ସୋନିତପୁର ଜିଲାରେ ଜଣେ ମହିଳାଙ୍କ ନାଁ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ଚୁଡାନ୍ତ ତାଲିକାରେ ନ ଥିବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ସୋନିତପୁରର ସାୟରା ବେଗମ(୪୨) ନାମକ ଏହି ମହିଳା ଜଣଙ୍କ ଯେତେବେଳେ ଏନ୍‌ଆର୍‌ସି ଚୁଡାନ୍ତ ତାଲିକାରେ ତାଙ୍କ ନାଁ ନ ଥିବା ଜାଣିବାକୁ ପାଇଥିଲେ ସେତେବେଳେ ସେ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ହେଲେ ପଡୋଶୀଙ୍କ କହିବା କଥା ହେଲା ମହିଳା ଜଣଙ୍କ ମାନସିକ ସ୍ତରରେ ସୁସ୍ଥ ନ ଥିଲେ। ତେବେ ପ୍ରକୃତ ଘଟଣା କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଶନିବାର ଆସାମରେ ଏନ୍‌ଆର୍‌ସି ଚୁଡାନ୍ତ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରୁ ପାଖାପାଖି ୧୯ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି।

Share