Categories: ବାଣିଜ୍ୟ

ଏନ୍‌ପିସିଆଇ ସହ ବିଓବିର ସହଭାଗିତା

ନୂଆଦିଲ୍ଲୀ,୧୦।୬: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ମାଲିକାନାରେ ଥିବା ସହାୟକ କମ୍ପାନୀ ବିଓବି ଫାଇନାନ୍ସିଆଲ ସଲ୍ୟୁଶନ୍ସ ଲିମିଟେଡ୍‌(ବିଏଫ୍‌ଏସ୍‌ଏଲ୍‌) ଏବଂ ନ୍ୟାଶନାଲ ପେମେଣ୍ଟ୍‌ସ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବିଓବିର କ୍ରେଡିଟ୍‌ କାର୍ଡ ହିତାଧିକାରୀମାନେ ବର୍ତ୍ତମାନ ସେମାନଙ୍କର ରୁପେ କ୍ରେଡିଟ୍‌ କାର୍ଡକୁ ୟୁପିଆଇ ଜରିଆରେ ଭିମ୍‌ ଓ ଅନ୍ୟ ୟୁପିଆଇ ସକ୍ଷମ ଆପ୍‌ଗୁଡ଼ିକରେ ବ୍ୟବହାର କରିପାରିବେ। ଏ ସମ୍ପର୍କରେ ବିଓବିର ଏମ୍‌ଡି ଓ ସିଇଓ ସଞ୍ଜୀବ ଚଡ୍ଡା କହିଛନ୍ତି, ବିଓବି ଫାଇନାନ୍ସିଆଲର ରୁପେ କ୍ରେଡିଟ୍‌ କାର୍ଡ ୟୁପିଆଇ ଜରିଆରେ ବିଓବି କ୍ରେଡିଟ୍‌ କାର୍ଡ ଟ୍ରାଞ୍ଜାକ୍ସନକୁ ସକ୍ଷମ କରିବା କ୍ଷେତ୍ରରେ ଏନ୍‌ପିସିଆଇ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ଏନ୍‌ପିସିଆଇର ଏମ୍‌ଡି ଓ ସିଇଓ ଦିଲୀପ ଆସ୍‌ବେ କହିଛନ୍ତି, ଭାରତର ନିଜସ୍ବ ପେମେଣ୍ଟ ସିଷ୍ଟମ ୟୁପିଆଇ ଦେଶରେ ସବୁଠାରୁ ଲୋକପ୍ରିୟ ବ୍ୟବସ୍ଥାରେ ପରିଣତ ହେବାକୁ ଯାଉଥିବା ଏକ ଯାତ୍ରାର ସାକ୍ଷୀ ହୋଇଛି। ବର୍ତ୍ତମାନ ଏହା ନିଜର ଅନ୍ତର୍ଜାତୀୟ ଯାତ୍ରା ଆରମ୍ଭ କରିଛି।

Share