ନୂଆଦିଲ୍ଲୀ,୧୦।୬: ବ୍ୟାଙ୍କ ଅଫ୍ ବରୋଦା(ବିଓବି)ର ମାଲିକାନାରେ ଥିବା ସହାୟକ କମ୍ପାନୀ ବିଓବି ଫାଇନାନ୍ସିଆଲ ସଲ୍ୟୁଶନ୍ସ ଲିମିଟେଡ୍(ବିଏଫ୍ଏସ୍ଏଲ୍) ଏବଂ ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବିଓବିର କ୍ରେଡିଟ୍ କାର୍ଡ ହିତାଧିକାରୀମାନେ ବର୍ତ୍ତମାନ ସେମାନଙ୍କର ରୁପେ କ୍ରେଡିଟ୍ କାର୍ଡକୁ ୟୁପିଆଇ ଜରିଆରେ ଭିମ୍ ଓ ଅନ୍ୟ ୟୁପିଆଇ ସକ୍ଷମ ଆପ୍ଗୁଡ଼ିକରେ ବ୍ୟବହାର କରିପାରିବେ। ଏ ସମ୍ପର୍କରେ ବିଓବିର ଏମ୍ଡି ଓ ସିଇଓ ସଞ୍ଜୀବ ଚଡ୍ଡା କହିଛନ୍ତି, ବିଓବି ଫାଇନାନ୍ସିଆଲର ରୁପେ କ୍ରେଡିଟ୍ କାର୍ଡ ୟୁପିଆଇ ଜରିଆରେ ବିଓବି କ୍ରେଡିଟ୍ କାର୍ଡ ଟ୍ରାଞ୍ଜାକ୍ସନକୁ ସକ୍ଷମ କରିବା କ୍ଷେତ୍ରରେ ଏନ୍ପିସିଆଇ ସହ ସହଭାଗିତା କରି ଆମେ ବେଶ୍ ଉତ୍ସାହିତ ଅଛୁ। ସେହିଭଳି ଏନ୍ପିସିଆଇର ଏମ୍ଡି ଓ ସିଇଓ ଦିଲୀପ ଆସ୍ବେ କହିଛନ୍ତି, ଭାରତର ନିଜସ୍ବ ପେମେଣ୍ଟ ସିଷ୍ଟମ ୟୁପିଆଇ ଦେଶରେ ସବୁଠାରୁ ଲୋକପ୍ରିୟ ବ୍ୟବସ୍ଥାରେ ପରିଣତ ହେବାକୁ ଯାଉଥିବା ଏକ ଯାତ୍ରାର ସାକ୍ଷୀ ହୋଇଛି। ବର୍ତ୍ତମାନ ଏହା ନିଜର ଅନ୍ତର୍ଜାତୀୟ ଯାତ୍ରା ଆରମ୍ଭ କରିଛି।
ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ
ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍କୁ ବ୍ରାଜିଲ ୧-୧ ଗୋଲ୍ରେ ଡ୍ର’ ରଖିଛି। ଏହି ମ୍ୟାଚ୍ରେ ମରକୋ ବିଶ୍ୱକପ୍ ଇତିହାସର ପ୍ରଥମ…
ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…
ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…
ଟି୨୦ ବିଶ୍ୱକପ୍ରେ ପାକିସ୍ତାନକୁ ହରାଇଲା ଭାରତ
ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ରେ…
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…
ମହିଳା ବିଶ୍ୱକପ୍ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ
ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍ ମ୍ୟାଚ୍ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…
ଏନ୍ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍ କାର୍ଡ ଜାରି, ଜୁନ୍ ୨୧ରେ…
ନୂଆଦିଲ୍ଲୀ,୧୪ା୬ : ଏନ୍ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଆଡମିଟ୍ କାର୍ଡ…
ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍
ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍ ଲୁଟ୍ ହୋଇଥିବାବେଳେ…
ମହିଳା ଟି୨୦ ବିଶ୍ୱକପ୍: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍ର ଚ୍ୟାଲେଞ୍ଜିଂ ଟାର୍ଗେଟ
ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…
Archives

