Posted inଖେଳ

ଏନସିଏ ମୁଖ୍ୟ ଭାବେ ଡ୍ରାଭିଡ଼ଙ୍କ ନିଯୁକ୍ତି ବୈଧ: ପ୍ରଶାସକ କମିଟି

ମୁମ୍ବାଇ, ୧୩ା୮ (ପି.ଟି.)-ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ର ମୁଖ୍ୟ ଭାବେ ରାହୁଲ ଡ୍ରାଭିଡଙ୍କୁ ନିଯୁକ୍ତି ଦିଆଯିବାରେ କୌଣସି ତ୍ରୁଟି ନ ଥିବା ପ୍ରଶାସକ କମିଟି(ସିଓଏ) କହିଛି। ପୂର୍ବତନ ଭାରତ ଅଧିନାୟକ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ପରିଧିକୁ ଆସୁନାହାନ୍ତି। ତେବେ ବର୍ତ୍ତମାନ ଏ ସମ୍ପର୍କରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓମ୍ବୁଡ୍ସମ୍ୟାନ ତଥା ଏଥିକ୍ସ ଅଫିସର ଡି.କେ. ଜୈନ ଯାହା ନିଷ୍ପତ୍ତି ନେବେ ବୋଲି ସିଏଓର ନୂଆ ସଦସ୍ୟ ରବି ଥୋଗ୍‌ଡେ କହିଛନ୍ତି। ଡ୍ରାଭିଡ ହେଉଛନ୍ତି ଭରତୀୟ କ୍ରିକେଟର ଅନ୍ୟତମ ସମ୍ମାନଜନକ ବ୍ୟକ୍ତିବିଶେଷ। ସେ ଇଣ୍ଡିଆ ସିମେଣ୍ଟ୍ସର ଜଣେ କର୍ମଚାରୀ। ଏହି କମ୍ପାନୀ ଆଇପିଏଲ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ। ତେଣୁ ଏନସିଏରେ ତାଙ୍କ ନିଯୁକ୍ତି ସ୍ବାଥର୍‌ବ ନିହିତ ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି କରିଥିଲା। ମଙ୍ଗଳବର ସିଓଏ ବୈଠକ ପୂର୍ବରୁ ଡ୍ରାଭିଡ଼ ମୁମ୍ବାଇରେ ଥିଲେ। ସେ ଜୈନଙ୍କ ନିକଟକୁ ତାଙ୍କ ଜବାବ ପଠାଇଥିଲେ। କିନ୍ତୁ ସେ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି କି ନା ତାହା ସ୍ବଷ୍ଟ ହୋଇନାହିଁ। ନିଯୁକ୍ତି ବେଳେ ପ୍ରଶାସକ କମିଟି ଡ୍ରାଭିଡଙ୍କୁ ସ୍ପଷ୍ଟ କରିଥିଲା ଯେ, ଏନ୍‌ସିଏରେ କାର୍ଯ୍ୟକାଳ ଶେଷ ନ ହେବା ପର୍ଯ୍ୟନ୍ତ ଡ୍ରାଭିଡଙ୍କୁ ଇଣ୍ଡିଆ ସିମେଣ୍ଟ୍ସର ଉପ ସଭାପତି ପଦବୀରୁ ଇସ୍ତଫା ଦେବକୁ ପଡ଼ିବ ନତୁବା ସେ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ପଡ଼ିବ। ଡ୍ରାଭିଡ କିନ୍ତୁ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ ନ କରି ଇଣ୍ଡିଆ ସିମେଣ୍ଟ୍ସରୁ ବିନା ବେତନରେ ଛୁଟି ଚାହିଁଥିଲେ। ଏହାକୁ ନେଇ ଏମପିସିଏ ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଡ୍ରାଭିଡ଼ଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଅଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri