Posted inରାଜ୍ୟ

ଏଥର ସ୍ବାଭାବିକ ମୌସୁମୀ ବର୍ଷା

ଭୁବନେଶ୍ୱର, ୨ା୬(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଶନିବାର ୧୦ଟି ସହରର ପାରଦ ୪୦ ଡିଗ୍ରୀ ଟପିଥିଲା। ୪୨.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ଏହାଛଡ଼ା ଅନୁଗୋଳ ୪୨.୧, ସମ୍ବଲପୁର ୪୨, ହୀରାକୁଦ ୪୧.୬, ତାଳଚେର ୪୦.୫, ସୋନପୁର ୪୦.୨, ସୁନ୍ଦରଗଡ଼, ଭବାନୀପାଟଣା, ବଲାଙ୍ଗୀର ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶାରେ ତାତି କମିଥିବାବେଳେ ପଶ୍ଚିମ ଓଡ଼ିଶାରେ ଅସହ୍ୟ ପରିସ୍ଥିତି ଲାଗି ରହିଛି। ତେବେ ଦ୍ୱୈତ ନଗରୀରେ ତାପମାତ୍ରାର ହ୍ରାସ ପାଇଛି। ଭୁବନେଶ୍ୱରରେ ସର୍ବାଧିକ ୩୫.୬ ଡିଗ୍ରୀ ଓ କଟକରେ ତାପମାତ୍ରା ୩୬ଡିଗ୍ରୀ ରହିଥିଲା। ଆସନ୍ତା ୨ରୁ ୩ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅସହ୍ୟ ଗରମରେ ରାଜ୍ୟବାସୀ ଛଟପଟ ହେଉଥିବାବେଳେ ବିଳମ୍ବିତ ହେଉଛି ମୌସୁମୀ। ଆସନ୍ତା ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେରଳ ଛୁଇଁବାର ଏକ ସପ୍ତାହ କିମ୍ବା ତା’ଠାରୁ କମ୍‌ ସମୟ ମଧ୍ୟରେ ମୌସୁମୀ ଓଡ଼ିଶାରେ ପହଞ୍ଚତ୍ୟାଇପାରେ। ତେବେ ଏଥର ରାଜ୍ୟରେ ସ୍ବାଭାବିକ ମୌସୁମୀ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରବିବାର ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ କେନ୍ଦୁଝର, ମୟୂରଭଞ୍ଜ ଓ ରାଜ୍ୟର ଅନ୍ୟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଜିଲାରେ କାଳବୈଶାଖୀ ହେବ। ଏହି ସମୟରେ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାଙ୍ଖଡେରେ ଉଡ଼ିଲା ଭାରତର ବିଜୟ ପତାକା: ଫାଇନାଲରେ ନ୍ୟୁଜିଲାଣ୍ଡ ସହ ହେବ ମହାଲଢ଼େଇ

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ ଭାରତ…

ଛାତ୍ର ମୃତ୍ୟୁ ନେଲା ନୂଆ ମୋଡ଼: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୫ା୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ବୁଧବାର ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବର ମାହୋଲ ଥିବାବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ…

ସେମିଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟିଂ: ଇଂଲଣ୍ଡ ପାଇଁ ୨୫୪ ରନ୍‌ର ବିଶାଳ ଲକ୍ଷ୍ୟ, ରଚିଲା ନୂଆ ବିଶ୍ୱ ରେକର୍ଡ!  

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ର ହାଇଭୋଲଟେଜ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ…

ସାମସନଙ୍କ କମାଲ: ଓ୍ବେଷ୍ଟଇଣ୍ଡିଜ ପରେ ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ଛେଚା, ଏବେ ଟାର୍ଗେଟ…

ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ୱିତୀୟ ସେମିଫାଇନାଲରେ ପୁଣି ଥରେ ଚମକିଛନ୍ତି ସଞ୍ଜୁ ସାମସନ। ପୂର୍ବ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ…

India vs England Semifinal: ଓ୍ବାଙ୍ଖଡେରେ ମହାଲଢ଼େଇ; ଟସ୍‌ ହାରିଲେ ସୂର୍ଯ୍ୟକୁମାର, ପ୍ରଥମେ ବ୍ୟାଟିଂ କରିବ…

ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଟି-୨୦ ବିଶ୍ୱକପ…

ବିରିପୁରରେ ମାଙ୍କଡ଼ ଆତଙ୍କ: ୮ ଆହତ, ଭୟଭୀତ ଗ୍ରାମବାସୀ

ଗଞ୍ଜାମ,୫।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ବିରିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ ଯୋଗୁଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଗୋଟିଏ ମାଙ୍କଡ଼ ଆତଙ୍କ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଜାଣିଲେ….

କୋରାପୁଟ,୫।୩(ଅମିତାଭ ବେହେରା ): କୋରାପୁଟ ସର୍କିଟ ହାଉସ ନିକଟରେ ଥିବା ରିଜର୍ଭ ଫରେଷ୍ଟ ପାହାଡ଼ରେ ମହିଳାଙ୍କ ଆତ୍ମହତ୍ୟା । ଗୁରୁବାର ଅପରାହ୍ନରେ ମହିଳା ବେକରେ ଦଉଡି ଦେଇ…

ବଗିଚାକୁ ଯାଇଥିବା ବେଳେ ଯୁବକଙ୍କୁ ଗୋଡାଇ ଗୋଡାଇ କାମୁଡିଲା ବାର୍‌ହା, ତାପରେ…

ତୁମୁଡିବନ୍ଧ,୫।୩(ଦୀପକ କୁମାର ପରାସେଠ): ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଲଂକାଗଡ଼ ପଞ୍ଚାୟତର ହାତିମୁଣ୍ଡା ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri