ଏଥର ରୋମ୍‌ରେ ଜନ୍ମଦିନ ପାଳିବେ ନୀଳ ନୟନା

ମୁମ୍ବାଇ: ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏଥର ତାଙ୍କର ୪୬ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ନଭେମ୍ବର ୧ରେ ତାଙ୍କ ଜନ୍ମଦିନ ପଡୁଥିବା ବେଳେ ସୋମବାର ସେ ଏଥିଲାଗି ବିଦେଶ ଗସ୍ତରେ ବାହାରିଥିବା ଜଣାପଡିଛି। ରବିବାର ଘରେ ଦୀପାବଳି ଖୁବ୍‌ ଧୁମ୍‌ଧାମରେ ପାଳନ କରିବା ପରେ ସୋମବାର ସେ ସ୍ବାମୀ ଅଭିଶେକ ଓ ଝିଅ ଆରାଧ୍ୟାଙ୍କ ସହ ଯାଇ ରୋମ୍‌ରେ ଜନ୍ମଦିନ ପାଳନ କରିବେ। ସେଠାରେ ସେ ଏକ ଘଣ୍ଟା କମ୍ପାନୀର ଇଭେଣ୍ଟରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଗତ ପ୍ରାୟ ୨୦ ବର୍ଷ ହେବ ଐଶ୍ୱର୍ଯ୍ୟା ଉକ୍ତ କମ୍ପାନୀ ସହ ଯୋଡି ହୋଇଥିବାରୁ ଉକ୍ତ କମ୍ପାନୀ ତାଙ୍କୁ ଏହି ବାର୍ଥଡେ ପାର୍ଟି ଗିପ୍ଟ ଦେଇଥିବା କୁହାଯାଉଛି। ତେବେ ଅକ୍ଟୋବର ୩୧ ରାତିରେ ଅଭିଶେକ ସ୍ବତନ୍ତ୍ର ଭାବେ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ପାଇଁ ବାର୍ଥ ଡେ ପାର୍ଟି ପାଳନ କରିବେ ବୋଲି କହିଛନ୍ତି। ଏଥିପାଇଁ ସେ ସ୍ଥାନ ମଧ୍ୟ ନିରୁପଣ କରିସାରିଛନ୍ତି। ଗତବର୍ଷ ମଧ୍ୟ ଅଭିଶେକ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନରେ ମୁମ୍ବାଇରେ ଏକ ସରପ୍ରାଇଜ୍‌ ପାର୍ଟି ରଖିଥିଲେ ଓ ଏହାପରେ ପରିବାର ସହ ସେମାନେ ଛୁଟି କାଟିବାକୁ ଗୋଆ ଚାଲିଯାଇଥିଲେ।

Share