Categories: ଜାତୀୟ

ଏଥର ରାହୁଲ ହେବେ ପ୍ରଧାନମନ୍ତ୍ରୀ: ମାକେନ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳଫଳକୁ ଦେଖିଲେ ଏବେ ସୁଦ୍ଧା କଂଗ୍ରେସ ଭାଜପାଠାରୁ ଅଧିକାଂଶ ଆସନରେ ପଛୁଆ ଥିବା ବେଳେ ରାହୁଲ ଗାନ୍ଧୀ କିନ୍ତୁ ଏଥର ପ୍ରଧାନମନ୍ତ୍ରୀ ହେବେ ବୋଲି ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏଥର ଭଲ ପ୍ରଦର୍ଶନ କରୁଛି ତେଣୁ ଏଥର କଂଗ୍ରେସ ନିଶ୍ଚିତ ଭାବେ ଶାସନ ଭାର ସମ୍ଭାଳିବ। ଅନ୍ୟପଟେ ମାକେନଙ୍କର ଏପରି ମନ୍ତବ୍ୟକୁ ନେଇ ଭାଜପା ନେତ୍ରୀ ମିନାକ୍ଷୀ ଲେଖି କହିଛନ୍ତି ଭୟରେ କଂଗ୍ରେସ ଏପରି କହୁଛି।

Share