ଏଥର ପାକିସ୍ତାନକୁ ମିଳିବ ବଡ଼ ଫାଇଦା, ଏହି ପରିଷଦରେ ହେଲା ସାମିଲ

ନୂଆଦିଲ୍ଲୀ, ୭ା୬: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସିଟ୍‌ ପାଇଁ ହୋଇଥିବା ଭୋଟ୍‌ରେ ପାକିସ୍ତାନକୁ ଚୟନ କରାଯାଇଛି। ୧୯୩ ସଦସ୍ୟ ଥିବା ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୁପ୍ତଭାବେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିତିବା ପାଇଁ ୧୯୩ ଦେଶ ମଧ୍ୟରୁ ଦୁଇ-ତୃତୀୟାଂଶ ଅର୍ଥାତ ୧୨୮ଟି ଦେଶର ସମର୍ଥନ ଆବଶ୍ୟକ। ପାକିସ୍ତାନ ଛଡ଼ା ଏହି ସିଟ୍‌ ପାଇଁ ଡେନ୍‌ମାର୍କ, ଗ୍ରୀସ୍‌, ପନାମା ଏବଂ ସୋମାଲିଆକୁ ଚୟନ କରାଯାଇଛି। ବର୍ତ୍ତମାନ ଏବେ ଏହି ଦେଶଗୁଡ଼ିକ ଦୁଇ ବର୍ଷ ପାଇଁ ସୁରକ୍ଷା ପରିଷଦକୁ ସେବା ପ୍ରଦାନ କରିବେ। ଆସନ୍ତା ବର୍ଷ ଅର୍ଥାତ ୨୦୨୫ରୁ ସେମାନଙ୍କର କାର୍ଯ୍ୟକାଳ ଆରମ୍ଭ ହେବ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ବିଶ୍ୱ ସୁରକ୍ଷା ପରିଚାଳନା ପାଇଁ ସର୍ବ ବୃହତ ଫୋରମ ଭାବରେ ବିବେଚନା କରାଯାଏ । ବିଶ୍ୱରେ ଶାନ୍ତି ବଜାୟ ରଖିବା ଏବଂ ସାମୂହିକ ନିରାପତ୍ତାର ନୀତି ପାଳନ କରିବା ଏହାର ପ୍ରମୁଖ ଦାୟିତ଼୍ବ । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ସମୟ ସମୟରେ ବଦଳିଥାଏ, ଯେପରି ଏଥର ମଧ୍ୟ ଘଟିଛି ।

ଏହାପୂର୍ବରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୦ ଜଣ ଅସ୍ଥାୟୀ ସଦସ୍ୟ ଜାପାନ, ଇକ୍ୟୁଏଡର୍‌, ମୋଜାମ୍ବିକ, ମାଲ୍ଟା ଏବଂ ସୱିଜରଲ୍ୟାଣ୍ଡକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସେମାନଙ୍କର କାର୍ଯ୍ୟକାଳ ୩୧ ଡିସେମ୍ବରରେ ଶେଷ ହୋଇଥିଲା। ସେମାନଙ୍କ ସ୍ଥାନ ପୂରଣ ପାଇଁ ଅନୁଷ୍ଠିତ ର୍ନିବାଚନରେ ସୋମାଲିଆ ୧୭୯ ଭୋଟ ପାଇଥିବାବେଳେ ଆଫ୍ରିକା ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ ଦେଶର ଦୁଇଟି ସିଟ ପାଇଁ ପାକିସ୍ତାନ ୧୮୨ ଭୋଟ ପାଇଛି। ଏଥି ସହିତ, ଲାଟିନ ଆମେରିକୀୟ ଏବଂ କାରିବିଆନ ଦେଶ ପାଇଁ ପାନାମା ୧୮୩ ଭୋଟ, ପଶ୍ଚିମ ୟୁରୋପୀୟ ଏବଂ ଅନ୍ୟାନ୍ୟ ଦେଶ ପାଇଁ ଡେନମାର୍କ ୧୮୪ ଭୋଟ ଏବଂ ଗ୍ରୀସ ୧୮୨ ଭୋଟ ପାଇଛି । ଏହି ପାଞ୍ଚଜଣ ନୂତନ ସଦସ୍ୟଙ୍କ କାର୍ଯ୍ୟକାଳ ୨୦୨୫ ଜାନୁୟାରୀ ୧ରୁ ଆରମ୍ଭ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri