Categories: ଜାତୀୟ

ଏଥର ଜେଲ୍‌ରେ ଜନ୍ମଦିନ ପାଳିବେ ଚିଦାମ୍ବରମ

ନୂଆଦିଲ୍ଲୀ,୧୩।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ପୁଣି ଥରେ ଲାଗିଛି ଝଟ୍‌କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ଆତ୍ମସମର୍ପଣ କରିବାକୁ ଚିଦାମ୍ବରମ ଯେଉଁ ଆବେଦନ କରିଥିଲେ ତାକୁ ଶୁକ୍ରବାର କୋର୍ଟ ଖାରଜ କରି ଦେଇଛନ୍ତି। କୋର୍ଟ କହିଥିଲେ କି ଅଭିଯୁକ୍ତ ନିଜେ ସ୍ଥିର କରିପାରିବେନି କି ସେ କେବେ ଜେଲ୍‌ ଯିବେ। କାରଣ ଏହା ଯାଞ୍ଚ ଏଜେନ୍ସିର କାମ। ତେଣୁ ସମୟ ଆସିଲେ ତାଙ୍କୁ ଗିରଫ କରାଯିବ। ତେଣୁ ଏବେ ଚିଦାମ୍ବରମ ତିହାର ଜେଲରେ ହିଁ ତାଙ୍କ ଜନ୍ମଦିନ ପାଳନ କରିବେ ବୋଲି କୁହାଯାଉଛି। କାରଣ ଆସନ୍ତା ୧୬ ତାରିଖରେ ଚିଦାମ୍ବରମଙ୍କ ଜନ୍ମଦିନ ପଡୁଛି।

Share