ଏଥର ଅନ୍‌ଲାଇନ୍‌ରେ ହେବ ଓଜେଇଇ: ଉଭୟ ପିଜି, ୟୁଜି କୋର୍ସ ପାଇଁ ସିବିଟି ପଦ୍ଧତି ଲାଗୁ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଚଳିତ ବର୍ଷ ଓଜେଇଇ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ବା ସିବିଟି ମାଧ୍ୟମରେ ହେବ। ଉଭୟ ପିଜି ଓ ୟୁଜି କୋର୍ସ ପାଇଁ ଏହି ପଦ୍ଧତି ଲାଗୁ ହୋଇଛି। ଏ ନେଇ ଓଜେଇଇ ଆପେକ୍ସ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମେ’ ପ୍ରଥମ ସପ୍ତାହରେ ପ୍ରଥମ ଓଜେଇଇ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦଙ୍କ ସୂଚନା ଦେଇଛନ୍ତି। ତେବେ ଗତବର୍ଷ କେବଳ ପିଜି କୋର୍ସରେ ସିବିଟି ପଦ୍ଧତି ଲାଗୁ ହୋଇଥିଲା।