‘ଏଣ୍ଟରପ୍ରେନିୟର୍ସ ୱିକ୍‌’ର ଶୁଭାରମ୍ଭ: ଏମ୍‌ଏସ୍‌ଏମ୍‌ଇରେ ରହିଛି ପ୍ରଭୂତ ସମ୍ଭାବନା

ଭୁବନେଶ୍ୱର,୫।୩(ବ୍ୟୁରୋ)- ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ପ୍ରଭୂତ ସମ୍ଭାବନା ରହିଛି। ଓଡ଼ିଶାରେ ଯେକୌଣସି ଉତ୍ପାଦର ଉତ୍ପାଦନ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି ବୋଲି ଗୁରୁବାର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ଭୁବନେଶ୍ୱରଠାରେ ୧୬ତମ ଏଣ୍ଟରପ୍ରେନିୟର୍ସ ସପ୍ତାହ ଉଦ୍‌ଘାଟନ କରି ମନ୍ତ୍ରୀ ଏହା କହିଥିଲେ।
ଦିବ୍ୟଶଙ୍କର କହିଥିଲେ ଯେ, ରିତେଶ ଅଗ୍ରୱାଲ୍‌ ଏବଂ ଓମ୍‌ ମହାନ୍ତିଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କ ୨୦୩୦ ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ୩ ଟ୍ରିଲିୟନ୍‌ ଡଲାରରେ ପହଞ୍ଚାଇବା କୌଣସି ଅସୁବିଧା ନାହିଁ, ଏଥି ପାଇଁ ଆମର ମାନସିକତା ଆବଶ୍ୟକତା ରହିଛି ବୋଲି କହିଥିଲେ। ବିଜୁବାବୁଙ୍କ ଜୟନ୍ତୀ ତିଥିରେ ଏହି କାର୍ଯ୍ୟକ୍ରମ ଆୟୋଜନ ଅଧିକ ଗୁରୁତ୍ୱ ବହନ କରୁଥିବା ଦର୍ଶାଇ ନୂତନ ଓଡ଼ିଶା ଗଠନରେ ସେହି ମହାନ ନେତାଙ୍କ ଭୂମିକାକୁ ସ୍ମରଣ କରିଥିଲେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ରାଜ୍ୟ ବହୁ ଉଦ୍ୟୋଗୀଙ୍କ ସମେତ ଖାଦ୍ୟ ପ୍ରକ୍ରିୟାକରଣ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ, ହ୍ୟାଣ୍ଡଲୁମ୍‌ ଓ ଟେକ୍ସଟାଇଲ୍‌, କୟର ବୋର୍ଡ ପ୍ରଭୃତିର ପ୍ରତିନିଧିଗଣ ଯୋଗଦେଇଥିଲେ। ଏହା ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଏହି କ୍ଷେତ୍ରରେ ଲୋକଙ୍କ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରୁଥିବା ଦୃଷ୍ଟିକୋଣରୁ ସରକାର ଏହାକୁ ସହଯୋଗ କରିବା ପାଇଁ ଆଗେଇ ଆସିଥିବା ଶର୍ମା ଦର୍ଶାଇଥିଲେ। ନିକଟରେ ବିଭାଗ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସେ ସୂଚନା ଦେଇଥିଲେ ା ସେ ଏ କ୍ଷେତ୍ରରେ ନିବେଶକ ତଥା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁସବୁ
ସମସ୍ୟା ରହିଛି ତାକୁ ସମାଧାନ କରିବା ପାଇଁ ବିଭାଗ ଯତ୍ନବାନ ଥିବା ପ୍ରକାଶ କରିଥିଲେ। ବର୍ତ୍ତମାନ ଆଗ ତୁଳନାରେ ପଞ୍ଜୀକରଣ, ବ୍ୟାଙ୍କ ଋଣ ଯୋଗାଣ ପ୍ରଭୃତି ଅତି ସହଜରେ ହୋଇପାରୁଛି ବୋଲି ପ୍ରମୁଖ ସଚିବ କହିଛନ୍ତି। ଇପିଏମ୍‌ ନିର୍ଦ୍ଦେଶକ ଏସ୍‌.କେ. ଜେନା ବିଭାଗ ତରଫରୁ ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ପକର୍ର୍ରେ ଅବଗତ କରି ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ପରେ ଏମ୍‌ଏସ୍‌ଏମ୍‌ଇ ଇଣ୍ଡିଆର ନିର୍ଦ୍ଦେଶକ ଡ. ଏସ୍‌.କେ. ସାହୁ ବର୍ତ୍ତମାନ ରାଜ୍ୟରେ ୪ ଲକ୍ଷ ୩୧ ହଜାର ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକୃତ ହୋଇଥିବା ଦର୍ଶାଇ ଓଡ଼ିଶା କିପରି ବର୍ତ୍ତମାନ ନିବେଶକମାନଙ୍କ ନିମନ୍ତେ ଏକ ସର୍ବୋତ୍ତମ ପସନ୍ଦଯୋଗ୍ୟ ରାଜ୍ୟ ହୋଇପାରିଥିବା ମତ ଦେଇଥିଲେ। ମଞ୍ଚାସୀନ ଓଡ଼ିଶା ରାଜ୍ୟ ଅର୍ଥ ନିଗମର ପରିଚାଳନା ନିର୍ଦ୍ଦେଶକ ପି.କେ. ଜେନା ଏମ୍‌ଏସ୍‌ଏମ୍‌ଇ ପାଇଁ ନିଗମ ଦାୟିତ୍ୱ ଏବଂ ତା’ର ପରିଚାଳନା ସମ୍ପର୍କରେ ଅବଗତ କରିଥିଲେ। ପରେ ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ଫେଡେରେସନ୍‌ର ଅଧ୍ୟକ୍ଷ ଡ. ଶରତ କୁମାର ସାହୁ, ଓଡ଼ିଶା ହିଁ ସମଗ୍ର ଭାରତ ବର୍ଷରେ ଗୋଟିଏ ରାଜ୍ୟ ଯିଏ କି ଏଣ୍ଟରପ୍ରେନିୟର୍ସ ସପ୍ତାହ ପାଳନ କରୁଥିବା ଏବଂ ସେ କେଉଁ ପରିପ୍ରେକ୍ଷୀରେ ଶିଳ୍ପ ବିଭାଗରୁ ଏମ୍‌ଏସ୍‌ଏମ୍‌ଇକୁ ପୃଥକ କରି ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଥିଲା, ତାହା ବର୍ଣ୍ଣନା କରିଥିଲୋ ଏଥି ସହିତ ବିଭାଗରେ ରହିଥିବା କାର୍ଯ୍ୟ ନିମନ୍ତେ ଦୂରଦୂରାନ୍ତରୁ ଆସୁଥିବା ଏଣ୍ଟରପ୍ରେନିୟରମାନେ ଯେପରି ହଇରାଣ ନହୁଅନ୍ତି ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ଦିବସ ଧାର୍ଯ୍ୟ କରି ଜଣାଇଲେ ସମସ୍ତେ ଲାଭବାନ ହୁଅନ୍ତେ ବୋଲି ସଚିବଙ୍କୁ ଅନୁରୋଧ କରିଥିଲେ। ତା’ଛଡ଼ା ରାଜ୍ୟସ୍ତରୀୟ ବ୍ୟାଙ୍କ ସଂଯୋଜନା କମିଟି ସୃଷ୍ଟି କରି ବ୍ୟାଙ୍କ ଏବଂ ଏଣ୍ଟରପ୍ରେନିୟରମାନଙ୍କ ସମନ୍ବୟ ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ସେହିପରି ରୁଗ୍‌ଣ ଶିଳ୍ପସଂସ୍ଥାଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ପ୍ରୟାସ ପାଇଁ ଯୋଜନା କରିବାକୁ ଅନୁରୋଧ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri