Categories: ଜାତୀୟ

ଏଣିକି ହେଲମେଟ୍‌ ନ ପିନ୍ଧିବା ଠାରୁ ମହଙ୍ଗା ପଡ଼ିବ ରାସ୍ତା ଉପରେ ଆବର୍ଜନା ଫୋପାଡିବା

ଲକ୍ଷ୍ନୌ,୨୩।୯: ନୂଆ ମୋଟରଯାନ ନିୟମ ଅନୁଯାୟୀ ଏବେ ଉଲ୍ଲଂଘନକାରଙ୍କର ଯେଉଁ ଚାଲାଣ କଟାଯାଉଛି ତା’ଠାରୁ ମହଙ୍ଗା ହେବ ରାସ୍ତାରେ ଆବର୍ଜନା ଫୋପାଡ଼ିବ। ଏହି ଜରିମାନା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଏହା ହେଲମେଟ୍‌ ନ ପିନ୍ଧିବା ଜରିମାନାଠାରୁ ବି ବହୁ ଗୁଣା ଅଧିକ ରହିଛି। ଏଣିକି ଦୋକାନର କି ଘରର ଆବର୍ଜନାକୁ ରାସ୍ତା ଉପରେ ଫୋପାଡିବା ବା ଜଳାଇଲେ ୫୦ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ନଗର ନିଗମ ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରେ ଏଭଳି ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି। ଆଉ ଏହି ନିୟମ ଉପରେ ରାଜ୍ୟସରକାରଙ୍କ ମୋହର ମଧ୍ୟ ଲାଗିସାରିଛି। ତେବେ ଏହି ଜରିମାନାକୁ ବୃଦ୍ଧି କି ହ୍ରାସ କରିବା ତାହା ନଗର ନିଗମଙ୍କ ଅଧିକାର ରହିବ ବୋଲି ଜଣାପଡ଼ିଛି। ସେହିପରି ହସ୍ପିଟାଲ, ହୋଟେଲ, ରେଷ୍ଟୁରାଣ୍ଟର ଆବର୍ଜନାକୁ ବାହାରେ ଫୋପାଡ଼ିବା ଏବଂ ନିୟମାନୁସାରେ ଶୁଖିଲା ଓ ଓଦା ଆବର୍ଜନାକୁ ଅଲଗା ନ ରଖିଲେ ମଧ୍ୟ ଏହା ଉପରେ ଜରିମାନା ଲାଗିବ ବୋଲି ନଗର ନିଗମ ଅଧିକାରୀ କହିଛନ୍ତି।

Share