Categories: ଜାତୀୟ

ଏଣିକି ସବୁ ଫାର୍ମସୀ ନିଜ ନାମ ଆଗରୁ ଲଗାଇପାରିବେ ‘ଡାକ୍ତର’

ନୂଆଦିଲ୍ଲୀ,୨୮।୫: ଫାର୍ମାସି କାଉନସିଲ ଅଫ ଇଣ୍ଡିଆ (ପିସିଆଇ) ଡାକ୍ତର ଅଫ ଫାର୍ମାସି (PHARM D)କରୁଥିବା ଛାତ୍ରଛାତ୍ରଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଡାକ୍ତର ଅଫ ଫାର୍ମାସି କରିଥିବେ ସେମାନେ ନିଜ ନାମ ଆଗରୁ ‘ଡାକ୍ତର’ ଲଗାଇପାରିବେ। ରେଞ୍ଜିଷ୍ଟ୍ରାର ଓ ସଚିବ ଅର୍ଚ୍ଚନା ମୁଦଗତ ସନ୍ତା ଗାଡଗେ ବାବା ଅମରାବତୀ ୟୁନିଭର୍ସିଟିର ପରୀକ୍ଷା ଓ ମୂଲ୍ୟାୟନର ବୋର୍ଡ ନିର୍ଦ୍ଦେଶକଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି। ଡିଗ୍ରୀ ସାର୍ଟିଫିକେଟରେ ସମସ୍ତ ଛାତ୍ରୀଛାତ୍ରଙ୍କ ନାଁ ପୂର୍ବରୁ ଉପସର୍ଗର ବ୍ୟବହାର କରିବା ପାଇଁ ସବୁ ୟୁନିଭର୍ସିଟି ଆଉ ପିସିଆଇ ଦ୍ୱାରା ମାନ୍ୟତା ପ୍ରାପ୍ତ ପରୀକ୍ଷା ଆୟୋଜିତ କରୁଥିବା ଅଥୋରିଟିଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି।

Share