Categories: ଫୁରସତ

ଏଠି ଚୁଇଁଗମ୍‌ ଖାଇଲେ ଦେବାକୁ ପଡ଼େ ଜରିମାନା

ଯଦି ଆପଣ କେଉଁଠିକୁ ବୁଲି ଯିବାକୁ ଚାହଁୁଛନ୍ତି, ତେବେ ଏପରି ଦେଶ ଚୟନ କରନ୍ତୁ ଯାହା ବୁଦ୍ଧିମାନର କାମ ହେବ। କାରଣ ଏହି ଦେଶ ବିଷୟରେ ଜାଣିବା ସହିତ ଏହାର ଚଳଣି, ପରମ୍ପରା, ନୀତି, ନିୟମ ଏବଂ କାନୁନ୍‌ ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇବେ। କିନ୍ତୁ ଏମିତି ଦେଶ ଅଛି, ଯେଉଁଠି ଅଜବ ନୀତି ନିୟମ ପ୍ରଚଳିତ। ଯେତିକି ମଜାଦାର ସେତିକି କଷ୍ଟଦାୟକ ମଧ୍ୟ। ଜାଣନ୍ତୁ ଏହି ଦେଶ ସମ୍ପର୍କରେ…

କେଉଁଠି ନିଶା ଖାଇଲେ ଜରିମାନା ଦେବାକୁ ପଡ଼େ ତ କେଉଁଠି ଛେପ ପକାଇଲେ ଜରିମାନା ଦେବାକୁ ପଡ଼େ। କିନ୍ତୁ ଏମିତି ଦେଶ ଅଛି,ଯେଉଁଠି ଚୁଇଁଗମ୍‌ ଖାଇଲେ ମଧ୍ୟ ଜରିମାନା ଦେବାକୁ ପଡ଼ିଥାଏ। ସେହି ଦେଶ ହେଉଛି ସିଙ୍ଗାପୁର। ଏହାକୁ ଜରିମାନାର ଦେଶ ମଧ୍ୟ କୁହାଯାଏ। ଏହି ଦେଶରେ କେହି ଚୁଇଁଗମ୍‌ ଖାଇପାରିବେ ନାହିଁ। କାରଣ ଚୁଇଁଗମ୍‌ ପ୍ରତି ଏଠାରେ ସମ୍ପୂର୍ଣ୍ଣ ପ୍ରଶାସନିକ ପ୍ରତିବନ୍ଧକ ଲଗାଯାଇଛି। ଯଦି କେହି ଖାଇବେ କିମ୍ବା ପକାଇବେ ତେବେ ୨ ବର୍ଷ ଜେଲ୍‌ ସହିତ ୧ ଲକ୍ଷ ଡଲାର ଜରିମାନା ଦେବାକୁ ପଡ଼ିଥାଏ।

Share