Categories: ଫୁରସତ

ଏଠାରେ ଦ୍ୱିତୀୟ, ତୃତୀୟ ବିବାହ କଲେ ମିଳୁଛି ଅଫର୍‌

ଇସଲାମାବାଦ,୧୭।୧: ବିବାହ ସିଜିନ୍‌କୁ ଲକ୍ଷ୍ୟ କରି ପାକିସ୍ତାନରେ ଏକ ମଣ୍ଡପ ମାଲିକ ଗ୍ରାହକଙ୍କୁ ଜବରଦସ୍ତ ଅଫର୍‌ ଘୋଷଣା କରିଛନ୍ତି। ସବୁଠୁ ରୋଚକ କଥା ହେଉଛି ଏହି ଅଫର୍‌ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ବିବାହ କରୁଥିବା ଗ୍ରାହକଙ୍କଠାରେ ଉପଲବ୍ଧ ହେବ। ପାକିସ୍ତାନର ବହାବଲପୁରରେ ଖୋଲିଥିବା ଏହି ବିବାହ ମଣ୍ଡପ ଦ୍ୱିତୀୟ ବିବାହ କରୁଥିବା ଗ୍ରାହକଙ୍କ ପାଇଁ ୫୦ ପ୍ରତିଶତ, ତୃତୀୟ ବିବାହ ପାଇଁ ୭୫ ପ୍ରତିଶତ ଏବଂ ଚତୁର୍ଥ ବିବାହ କରିବାକୁ ଥିବା ଯୋଡିଙ୍କୁ ମାଗଣାରେ ଯୋଗାଇଦିଆଯିବ। କିନ୍ତୁ ମଣ୍ଡପ ମାଲିକ ଅଫର୍‌ ଦେବା ପୂର୍ବରୁ ମଣ୍ଡପ ମାଲିକ କିଛି ସର୍ତ୍ତ ରଖିଛନ୍ତି। ଏହି ଅଫର୍‌ଟି ହେଉଛି ବିବାହ ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ ହିଁ ଏହି ହଲ୍‌ ବୁକ୍‌ କରିପାରିବେ। ତେବେ ଯାଇ ଦ୍ୱିତୀୟ, ତୃତୀୟ କିମ୍ବା ଚତୁର୍ଥ ବ୍ୟକ୍ତି ଏହି ଅଫର୍‌ ପାଇବାର ସୁଯୋଗ ପାଇବେ।

Share