ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଲୁଟ୍‌ : ଯୁବକ ଗିରଫ

ବାସୁଦେବପୁର, ୨୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡ୍‌ରେ ଥିବା ଏକ ଏଟିଏମ୍‌ରୁ ସୁଦର୍ଶନପୁର ଗ୍ରାମର ରଶ୍ମିତା ଦାସ ନାମ୍ନୀ ଜଣେ ମହିଳା ଟଙ୍କା ଉଠାଉଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି। ପାଖରେ ଛିଡ଼ା ହୋଇଥିବା ଜଣେ ଯୁବକ ତାଙ୍କ ଏଟିଏମ୍‌ କାର୍ଡକୁ ଚଞ୍ଚକତା ପୂର୍ବକ ନେଇ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଉଠାଇ ନେଇଥିବା ସେ ଅଭିଯୋଗ କରିଥିଲେ। ରଶ୍ମିତାଙ୍କ ଲିଖିତ ଅଭିଯୋଗ କ୍ରମେ ବାସୁଦେବପୁର ଥାନା ପୋଲିସ ରବିବାର ଏକ ମାମଲା(ନଂ.୩୦୭/୧୯) ରୁଜୁ କରିଥିଲା। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବକ ସୌମ୍ୟକାନ୍ତ ସାମଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ସୌମ୍ୟକାନ୍ତଙ୍କ ଘର ଅଢୁଁଆ ଗ୍ରାମରେ। ଅଭିଯୋଗ ଅନୁଯାୟୀ, ରଶ୍ମିତା ଏଟିଏମ୍‌ରୁ ଟଙ୍କା ଉଠାଉଥିବା ବେଳେ ସୌମ୍ୟକାନ୍ତ ଚଞ୍ଚକତା କରି ତାଙ୍କ କାର୍ଡକୁ ବଦଳ କରି ନେଇଥିଲେ। ପରେ ସେ ତାଙ୍କ କାର୍ଡ ଦ୍ୱାରା ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ।