ବ୍ରହ୍ମପୁର ଅଫିସ,୧୯।୯: ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ଆସିକା ରୋଡ଼ ଏଟିଏମ୍ ଏବଂ ମେଡିକାଲ ଏଟିଏମ୍ରେ ୪୦ଲକ୍ଷ ଟଙ୍କା ଭର୍ତ୍ତି କରିବାକୁ ନେଇ ସିକ୍ୟୁର ଭ୍ୟାଲି ସଂସ୍ଥାର କେତେଜଣ କର୍ମଚାରୀ ଉକ୍ତ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଗୁରୁବାର ୨ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଜଣେ ଗାଡ଼ି ଡ୍ରାଇଭର ଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ରହିଥିବା ଜଣାପଡିଛି। ପୋଲିସ ସେମାନଙ୍କୁ ଜେରା ଚଳାଇଛି। ତଦନ୍ତରେ ବାଧା ଉପୁଜିବା ଦୃଷ୍ଟିରୁ ସେମାନଙ୍କ ପରିଚୟ ସ୍ପଷ୍ଟ କରିବାକୁ ପୋଲିସ ମନାକରିଛି। ବୟାନକୁ ଆଧାରକରି ଉକ୍ତ ସଂସ୍ଥାର ଫେରାର ଅନ୍ୟ ଜଣେ କର୍ମଚାରୀଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଥିବା କହିଛି।
ପ୍ରକାଶ ଯେ, ଗତ ୧୨ ତାରିଖରେ ଉକ୍ତ ସଂସ୍ଥାର ୩ କର୍ମଚାରୀ ୨ଟି ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ପାଇଁ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ୪୦ ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ସେମାନେ ଉକ୍ତ ଟଙ୍କା ଏଟିଏମ୍ରେ ଭର୍ତ୍ତି କରି ନ ଥିବା ସଂସ୍ଥାର ଡେପୁଟି ମ୍ୟାନେଜର ତାପସ କୁମାର ମହାନ୍ତି ଜାଣିବାକୁ ପାଇଥିଲେ। ଉକ୍ତ ଟଙ୍କା ହେରଫେର ହୋଇଥିବା ନେଇ ସେ ଗତ ୧୨ତାରିଖରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍ ନଂ. ୧୮୬/୧୯ରେ ଏକ ମାମଲା ରୁଜୁକରି ତନାଘନା ଚଳାଇଥିଲା।
ଏଟିଏମ୍ରୁ ୪୦ ଲକ୍ଷ ଗାଏବ ଘଟଣା: ସିକ୍ୟୁର ଭ୍ୟାଲି ସଂସ୍ଥାର ୨ କର୍ମଚାରୀ ଅଟକ, ଜଣେ ଫେରାର
Posted inଆମ ଜିଲା ଖବର, ଗଞ୍ଜାମ View All
କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ
କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...
ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ
ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...
ଅଭିନବ ଉପାୟରେ ଠକେଇ, ଫୋନ୍ପେରେ ଡେମୋ ଦେଖାଇଲେ…
ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...
୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ
ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...
ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର
ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...
ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ
ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...
କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ
କର୍ଲାମୁଣ୍ଡା,୧୬ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଜାନୁଆରୀରେ ହେବାକୁ ଥିବା ବ୍ଲକସ୍ତରୀୟ...
Archives


