ଏଟିଏମ୍‌ରୁ ନକଲି ନୋଟ ବାହାରିଲେ କରିବେ କ’ଣ…କିପରି ଫେରି ପାଇବେ ଟଙ୍କା ଜାଣନ୍ତୁ

ଆଜିର ଅତ୍ୟାଧୁନିକ ସମୟରେ ଡିଜିଟାଲ ନେଣଦେଣ ଜନଆଦୃତି ଲାଭ କଲାଣି। ବିଶେଷକରି ଏଟିଏମ୍‌ର ବ୍ୟବହାର ଦିନକୁ ଦିନ ବଢ଼ୁଛି। ଏହାଦ୍ୱାରା ଦରକାର ସମୟରେ ଟଙ୍କା ଉଠାଯାଇପାରୁଛି। ହେଲେ ବେଳେବେଳେ ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ନକଲି ନୋଟ ବାହାରିଥାଏ। ଏହାକୁ ନେଇ ଅନେକ ଚିନ୍ତାରେ ପଡ଼ନ୍ତି। କ’ଣ କରିବେ, ଟଙ୍କା ବ୍ୟାଙ୍କ ନେବ କି ନାହିଁ ଆଦି ଅନେକ କଥା ସେ ଭାବନ୍ତି। ଯଦି କେବେ ସେଭଳି ହୁଏ ତେବେ ଏସବୁ ଦିଗ ପ୍ରତି ଧ୍ୟାନ ଦେଇପାରନ୍ତି। ଫଳରେ ସୁବିଧାରେ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଫେରସ୍ତ କରିପାରେ।

ଆର୍‌ବିଆଇ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଏଟିଏମ୍‌ରୁ ନକଲି ନୋଟ ବାହାରିବା ବ୍ୟାଙ୍କର ଭୁଲ୍‌। କାରଣ ଏଟିଏମ୍‌ରେ ନୋଟ ଭର୍ତ୍ତି କରାଯିବା ଆଗରୁ ଏହାର ଯାଞ୍ଚ ହୋଇଥାଏ। ଏପରିସ୍ଥଳେ ନକଲି ନୋଟ୍‌ ବାହାରିଲେ ଗ୍ରାହକଙ୍କୁ ବ୍ୟାଙ୍କ ଉକ୍ତ ଟଙ୍କା ଫେରସ୍ତ କରାଯାଇଥାଏ। ହେଲେ ଏଥିପାଇଁ ବ୍ୟାଙ୍କ ଯିବାକୁ ପଡ଼ିବ।

କରିବେ କ’ଣ:
-ଏଟିଏମ୍‌ରୁ ନକଲି ନୋଟ ବାହାରିଲେ ପ୍ରଥମେ ତାକୁ ସେଠାରେ ଥିବା ସିସିଟିଭିରେ ଦେଖାନ୍ତୁ। ଏହା ପ୍ରଥମ ପ୍ରମାଣ।

-ସେଠାରେ ଥିବା ଗାର୍ଡ(ସୁରକ୍ଷାକର୍ମୀ)ଙ୍କୁ ଏ ବିଷୟରେ ଜଣାଇପାରିବେ।

-ଟଙ୍କା ନେଣଦେଣର ସ୍ଲିପ୍‌କୁ ଯତ୍ନରେ ରଖିବେ।

-ଏଟିଏମ୍‌ରୁ ଥାଇ ବ୍ୟାଙ୍କକୁ ଫୋନ୍‌ କରି ଏ ବିଷୟରେ ଜଣାନ୍ତୁ। ଫଳରେ ଆପଣ କେଉଁ ଅଞ୍ଚଳରୁ/ଏଟିଏମ୍‌ରୁ କଥା ହେଉଛନ୍ତି ସେମାନେ ଜାଣିପାରିବେ।

-ବ୍ୟାଙ୍କ ଯାଇ ନକଲି ନୋଟ ଦିଅନ୍ତୁ।

-ପ୍ରମାଣ ହୋଇଯିବା ପରେ ଆପଣଙ୍କୁ ଟଙ୍କା ଫେରସ୍ତ ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri