ଏଟିଏମ୍‌ରୁ ନକଲି ନୋଟ ବାହାରିଲେ କରିବେ କ’ଣ…କିପରି ଫେରି ପାଇବେ ଟଙ୍କା ଜାଣନ୍ତୁ

ଆଜିର ଅତ୍ୟାଧୁନିକ ସମୟରେ ଡିଜିଟାଲ ନେଣଦେଣ ଜନଆଦୃତି ଲାଭ କଲାଣି। ବିଶେଷକରି ଏଟିଏମ୍‌ର ବ୍ୟବହାର ଦିନକୁ ଦିନ ବଢ଼ୁଛି। ଏହାଦ୍ୱାରା ଦରକାର ସମୟରେ ଟଙ୍କା ଉଠାଯାଇପାରୁଛି। ହେଲେ ବେଳେବେଳେ ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ନକଲି ନୋଟ ବାହାରିଥାଏ। ଏହାକୁ ନେଇ ଅନେକ ଚିନ୍ତାରେ ପଡ଼ନ୍ତି। କ’ଣ କରିବେ, ଟଙ୍କା ବ୍ୟାଙ୍କ ନେବ କି ନାହିଁ ଆଦି ଅନେକ କଥା ସେ ଭାବନ୍ତି। ଯଦି କେବେ ସେଭଳି ହୁଏ ତେବେ ଏସବୁ ଦିଗ ପ୍ରତି ଧ୍ୟାନ ଦେଇପାରନ୍ତି। ଫଳରେ ସୁବିଧାରେ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଫେରସ୍ତ କରିପାରେ।

ଆର୍‌ବିଆଇ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଏଟିଏମ୍‌ରୁ ନକଲି ନୋଟ ବାହାରିବା ବ୍ୟାଙ୍କର ଭୁଲ୍‌। କାରଣ ଏଟିଏମ୍‌ରେ ନୋଟ ଭର୍ତ୍ତି କରାଯିବା ଆଗରୁ ଏହାର ଯାଞ୍ଚ ହୋଇଥାଏ। ଏପରିସ୍ଥଳେ ନକଲି ନୋଟ୍‌ ବାହାରିଲେ ଗ୍ରାହକଙ୍କୁ ବ୍ୟାଙ୍କ ଉକ୍ତ ଟଙ୍କା ଫେରସ୍ତ କରାଯାଇଥାଏ। ହେଲେ ଏଥିପାଇଁ ବ୍ୟାଙ୍କ ଯିବାକୁ ପଡ଼ିବ।

କରିବେ କ’ଣ:
-ଏଟିଏମ୍‌ରୁ ନକଲି ନୋଟ ବାହାରିଲେ ପ୍ରଥମେ ତାକୁ ସେଠାରେ ଥିବା ସିସିଟିଭିରେ ଦେଖାନ୍ତୁ। ଏହା ପ୍ରଥମ ପ୍ରମାଣ।

-ସେଠାରେ ଥିବା ଗାର୍ଡ(ସୁରକ୍ଷାକର୍ମୀ)ଙ୍କୁ ଏ ବିଷୟରେ ଜଣାଇପାରିବେ।

-ଟଙ୍କା ନେଣଦେଣର ସ୍ଲିପ୍‌କୁ ଯତ୍ନରେ ରଖିବେ।

-ଏଟିଏମ୍‌ରୁ ଥାଇ ବ୍ୟାଙ୍କକୁ ଫୋନ୍‌ କରି ଏ ବିଷୟରେ ଜଣାନ୍ତୁ। ଫଳରେ ଆପଣ କେଉଁ ଅଞ୍ଚଳରୁ/ଏଟିଏମ୍‌ରୁ କଥା ହେଉଛନ୍ତି ସେମାନେ ଜାଣିପାରିବେ।

-ବ୍ୟାଙ୍କ ଯାଇ ନକଲି ନୋଟ ଦିଅନ୍ତୁ।

-ପ୍ରମାଣ ହୋଇଯିବା ପରେ ଆପଣଙ୍କୁ ଟଙ୍କା ଫେରସ୍ତ ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri